ଠାକୁରମୁଣ୍ଡା – 2/3 : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ( ୫ ଟି ) ଆଜି ସରକାରୀ ଗସ୍ତରେ ହେଲିକପ୍ଟର ଯୋଗେ ଆସି ଠାକୁରମୁଣ୍ଡାର କଳାଶିରା ପଡିଆ ରେ ଦିନ 11.15 ରେ ଅବତରଣ କରି ସଡ଼କ ପଥରେ ଭୀମକୁଣ୍ଡରେ ପହଞ୍ଚିଥିଲେ l ସେଠାରେ ବୈତରଣୀ ତଥା ଭୀମକୁଣ୍ଡର ଅପରୂପ ସୌନ୍ଦର୍ଯ୍ୟ ଅବଲୋକନ କରି ବିମୋହିତ ହୋଇଥିଲେ l ନିଜେ ସେ ନିଜ ମୋବାଇଲର ଫଟୋ ଉଠାଇବାକୁ ଭୁଲି ନଥିଲେ l ଭୀମକୁଣ୍ଡରେ ସାନ ଓ ବଡ଼ କୁଣ୍ଡ ପରିଦର୍ଶନ କରିଥିଲେ l 2006 ମସିହାରେ ଜିଲ୍ଲାପାଳ ଥିବା ବେଳର ଓ ବର୍ତ୍ତମାନ ସ୍ଥିତି ପରଖିଥିଲେ l ମୁଖ୍ୟମନ୍ତ୍ରୀ ଭୀମକୁଣ୍ଡର ବିକାଶ ପାଇଁ ପଦକ୍ଷେପ ନେଇଥିବା ଏବଂ ସେଠାରେ ଥିବା ମନ୍ଦିର ଗୁଡିକର ମଧ୍ୟ ବିକାଶ ହେବ ବୋଲି କହିଥିଲେ ସଚିବ ଭି. କେ. ପାଣ୍ଡିଆନ l ଭୀମକୁଣ୍ଡରେ ଥିବା ଶିବ ମନ୍ଦିରରେ ସଚିବ ଯାଇ ଦର୍ଶନ କରିଥିଲେ l ପରିଦର୍ଶନ ସମୟରେ ଓଟିଡିସି ସିସିଏଫ , ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ପିଏ, ଆଇଟିଡିଏ ଦେବଦତ୍ତ ମହାନ୍ତ, ଠାକୁରମୁଣ୍ଡା ବିଡ଼ିଓ ଟିଜେଏସ ଶ୍ୟାମସୁନ୍ଦର ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ l ସ୍ଥାନୀୟ ଲୋକଙ୍କ ସହିତ ଅନୁରୋଧ କ୍ରମେ ଗ୍ରୁପ ଫଟୋ ଉଠାଇଥିଲେ ୫ ଟି ସଚିବ l ଭି. କେ. ପାଣ୍ଡିଆନ 11.55 ରେ ଖିଚିଂ ଅଭିମୁଖେ ହେଲିକପ୍ଟର ଯୋଗେ ଯାଇଥିଲେ l ଆଦିବାସୀ ସମ୍ପ୍ରଦାୟ ସଚିବଙ୍କୁ ଭେଟି ମାରାଂ ବୁରୁ ମନ୍ଦିରର ଉନ୍ନତି ପାଇଁ ପ୍ରସ୍ତାବ ଦେବାରୁ ସେଠାରେ ପାଣି ସୁବିଧା ଆଦି କଣ ଚାହୁଁଛନ୍ତି ବୋଲି ସେ କର୍ମକର୍ତ୍ତାଙ୍କୁ ପଚାରି ବୁଝିଥିଲେ l
