Odisha news

କେନ୍ଦ୍ର ମନ୍ତ୍ରୀଙ୍କ ଦ୍ବାରା ଏକଲବ୍ୟ ମଡେଲ୍ ସ୍କୂଲ ର ଭିତିପ୍ରସ୍ତର ସ୍ଥାପନ

0

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ପଇଦାପାଟଣା ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟାପଡ଼ା ଠlରେ ଆଜି ଏକଲବ୍ୟ ମଡେଲ୍ ଆବାସିକ  ବିଦ୍ୟାଳୟର ଭିତିପ୍ରସ୍ତର ଶିଳା ନ୍ୟାସ ସ୍ଥାପନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ଏକ ମlହେନ୍ଦ୍ର ବେଳାରେ ମୟୁରଭଞ୍ଜ ଜିଲ୍ଲା ର ସାଂସଦ ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସି କଲ୍ୟାଣ ମନ୍ତ୍ରୀ ବିଶେସ୍ବର ଟୁଡ଼ୁ ଉଦ୍ଘାଟନ କରିଛନ୍ତି l ଅନନ୍ୟା ନିମନ୍ତ୍ରିତ ଅତିଥି ଭାବେ ଘସିପୁରା ନିର୍ବାଚନ ମଣ୍ଡଳୀ ର ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥୀରାଜ କୁଅଁର, କେନ୍ଦୁଝର ଜିଲ୍ଲା ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ମହିଳା ସଭାନେତ୍ରୀ ମମତା ସିଂ, ସ୍ତାନିୟ ସରପଞ୍ଚ ମୁକୁନ୍ଦ ମୁଣ୍ଡା,ସମେତ ଠିକା ସଂସ୍ଥା ର ପ୍ରୋଜେକ୍ଟ ମ୍ୟାନେଜର ଏସ. କେ. ପଣ୍ଡା,  ପ୍ରମୁଖ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ ରେ ଅତିଥି ପରିଚୟ ପ୍ରଦାନ କରିଥିଲେ ସାମ୍ବାଦିକ ସଂଜୟ କୁମାର ସାହୁ l ମଂଚରେ ସଭାପତିତ୍ୱ କରିଥିଲେ ଭାରତୀୟ ଜନତା ପାର୍ଟି ର ଘସିପୁରା ନିର୍ବାଚନ ମଣ୍ଡଳୀ ସଂଯୋଜକ ଅଖିଳ କୁମାର ପାତ୍ର l  ଢ଼େଙ୍କିକୋଟ ମଣ୍ଡଳ ସଭାପତି ଜିତେନ୍ଦ୍ର ପଲେଇ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ପ୍ରଥମେ କେନ୍ଦ୍ର ମନ୍ତ୍ରୀଙ୍କ କରକମଳରେ ଭିତିପ୍ରସ୍ତର ଶିଳା ନ୍ୟାସ ର ଶୁଭ ଉଦଘାଟନୀ ହୋଇଥିଲା l ମଂଚରେ କେନ୍ଦ୍ର ମନ୍ତ୍ରୀ ନିଜର ଅଭିଭାଷଣରେ ରାଜ୍ୟ ସରକାର କୁଂ କଟୁ ସମାଲୋଚନା କରିଥିଲେ l କେନ୍ଦ୍ରର ସବୁ ଯୋଜନା କୁ ରାଜ୍ୟ ସରକାର ଦେଉଛନ୍ତି କହି ଭୋଟର ମାନଂକୁ ଭୁଆଁ ବୁଲାଉଛନ୍ତି ବୋଲି କହିଥିଲେ l  ତେଣୁ ଭୋଟର ମାନଂକୁ ସଚେତନତା ହେବାକୁ କହିଥିଲେ l ଏହି ମଡେଲ୍ ଆବାସିକ ସ୍କୂଲ ଦିନେ ଅନେକ ସୁନାମ ଆଣିବା ସହିତ ଏହି ବିଦ୍ୟାଳୟ ରେ ପାଠପଢି ଅନେକ ପ୍ରତିଭାବାନ ଛାତ୍ର ଛାତ୍ରୀ ତିଆରି ହୋଇ ପାରିବେ ବୋଲି ସେ କହିଥିଲେ l  ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂ ଲୋକ ହିତକର ଯୋଜନା ଗୁଡ଼ିକ ସମ୍ପର୍କରେ ସାଧାରଣ ଜନତାକୁଂ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନୁନ୍ୟ ଏକ ହଜାରରୁ ଉର୍ଦ୍ଧ ଲୋକ ସମାଗମ ହୋଇଥିଲା l କାର୍ଯ୍ୟକ୍ରମ ରେ ଶାନ୍ତି ଶୃଂଖଳା ଦୃଷ୍ଟିରୁ ଘଟଗାଁ ଥାନା ଅଧୀକାରୀ ପ୍ରତିଭା ମଂଜରି ସlହୁ ଓ ଢ଼େଙ୍କିକୋଟ ଫାଣ୍ଡି ଅଧୀକାରୀ ତରଣିସେନ ବାଗ୍ କଂ ସମେତ ଅନ୍ୟାନ୍ୟ ପୁଲିସ କର୍ମଚାରୀ ସହଯୋଗ କରିଥିଲେ l  ତେବେ ପବିତ୍ର ଘଟଗାଁ ମାଟିରେ ଏହିପରି ଏକ ବିଦ୍ୟାଳୟ ହେଉଥିବାରୁ ସ୍ତାନିୟ ଲୋକମାନେ ଖୁସୀ ପ୍ରକଟ କରିଛନ୍ତି l

Nalco
Leave A Reply