ପିଲାଙ୍କ ମାନସିକ ଓ ଶାରିରୀକ ବିକାଶ ପାଇଁ ଆହାର ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସଠିକ୍ ଖାଦ୍ୟ ଶରୀର କୁ ବିଭିନ୍ନ ପ୍ରକାରର ପୋଷାକ ତତ୍ତ୍ଵ ପ୍ରଦାନ କରିଥାଏ । ଆଜିକାଲି ପିତାମାତା ଙ୍କ ବ୍ୟସ୍ତବହୁଳ ଜୀବନ ମଧ୍ୟ ପିଲା ମାନଙ୍କ ଖାଦ୍ୟ ଶୈଳୀ କୁ ପ୍ରଭାବିତ କରୁଛି । ତେଣୁ ପିଲାମାନେ ଅଧିକ ବାହାରର ପ୍ୟାକେଜ ଫୁଡ୍ କୁ ଅଧିକ ଖାଇବା ପାଇଁ ଗୁରୁତ୍ଵ ଦେଉଛନ୍ତି । ଆଜିର ଆଧୁନିକ ସମାଜରେ ମହିଳା ମାନେ ନିଜ କ୍ୟାରିୟର ରେ ଅଧିକ ଫୋକସ କରୁଛନ୍ତି , ଯାହାଦ୍ଵାରା ଛୁଆ ମାନେ ଅନେକ ଅବହେଳା ର ଶିକାର ହେଉଛନ୍ତି । ବାହାରର ଏହି ପ୍ୟାକେଜ ଫୁଡ୍ ପିଲା ମାନଙ୍କ ର ଭୋକ ମେଣ୍ଟାଇ ଥାଇ ପାରେ କିମ୍ବା ସେମାନଙ୍କ ମନକୁ ଆନନ୍ଦିତ କରିପାରେ , କିନ୍ତୁ ଏହା ତାକୁ କୁ ପୋଷଣ ଆଡ଼କୁ ଠେଲି ଦେଉଛି ଏହା ଆମେ ଜାଣି ରଖିବା ଆବଶ୍ୟକ ।
କିଛିଟା ଏଭଳି ଖାଦ୍ୟ ରହିଛି ଯାହା ସେମାନଙ୍କୁ ମାନସିକ ସ୍ତରରେ ଓ ଶାରିରୀକ ସ୍ତରରେ ସାହାଯ୍ୟ କରିଥାଏ ଓ ବୁଦ୍ଧିମାନ କରିଥାଏ । ତେଣୁ ସେଥିପ୍ରତି ପିତାମାତା ଧ୍ୟାନ ଦେବା ଆବଶ୍ୟକ ।
– ଅଣ୍ଡା -:
ଅଣ୍ଡା ରେ ଭିଟାମିନ ଡି, ଇ , ଆଇରନ ଓ ଫୋଲେଟ ଭଳି ପୋଷାକ ତତ୍ତ୍ଵ ରହିଛି । ଯାହା ପିଲାଙ୍କ ମାନସିକ ଓ ଶାରିରୀକ ସ୍ବାସ୍ଥ୍ୟ ର ବିକାଶ କରାଇଥାଏ । ତେଣୁ ନିଜ ପିଲାଙ୍କୁ ଟିଫିନ୍ ରେ ନିହାତି ସପ୍ତାହ କୁ ୫ଦିନ ଅଣ୍ଡା ଦିଅନ୍ତୁ । ସେଥିପାଇଁ ସିଝା ଅଣ୍ଡା ଗୋଟିଏ ଭଲ ବିକଳ୍ପ ଅଟେ ।
* ବିନ୍ସ :-
ବିନ୍ସ୍ ପୋଷାକ ତତ୍ତ୍ଵ ର ଗୋଟିଏ ବଡ଼ ସ୍ରୋତ ଅଟେ । ଏଥିରେ ପ୍ରୋଟିନ , ସୋଡ଼ିୟମ୍ , ଫାଇବର , ଭିଟାମିନ , କ୍ୟାଲସିୟମ ଭଳି ପୋଷାକ ତତ୍ତ୍ଵ ରହିଥାଏ । ଯାହା ଇମ୍ୟୁନ୍ ସିଷ୍ଟମ କୁ ମଜବୁତ୍ କରି ସୁରକ୍ଷିତ ରଖିଥାଏ । ସବୁଜ ପନିପରିବା ମଧ୍ୟ ନିୟମିତ ସେବନ କରିବାକୁ ଦିଅନ୍ତୁ ।
– ପାଚିଲା କଦଳୀ :-
ପାଚିଲା କଦଳୀ ଗୋଟିଏ ସୁପର ଫୁଡ୍ ଅଟେ । ଯାହାକୁ ସେବନ କରିବା ଦ୍ୱାରା ତୁରନ୍ତ ଏନର୍ଜି ଆସିଥାଏ ଓ ଶରୀର କୁ ଚମତ୍କାର ଲାଭ ମିଳିଥାଏ । ନିୟମିତ ଗୋଟିଏ ଲେଖାଏଁ ପାଚିଲା କଦଳୀ ନିଜ ପିଲାଙ୍କୁ ଖାଇବାକୁ ଦେବାକୁ ଚେଷ୍ଟା କରନ୍ତୁ । ପାଚିଲା କଦଳୀ ମଧ୍ୟ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ ।
– ଡ୍ରାଏ ଫ୍ରୁଟ୍ସ :-
ଅନେକ ଗୁଡ଼ିଏ ଶୁଖିଲା ଫଳ ର ସମିଶ୍ରଣ ରେ ଡ୍ରାଏ ଫ୍ରୁଟସ୍ ହୋଇଥାଏ , ଏହା ଅନେକ ପୋଷାକ ତତ୍ତ୍ଵ ରେ ଭରପୁର ଅଟେ । ଏଥିରେ ପିଲା ମାନଙ୍କ ର ମାନସିକ ବିକାଶ ହୋଇଥାଏ । ବିଶେଷ ଭାବରେ ନିୟମିତ ୪-୫ ଟି ଡ୍ରାଇ ଫ୍ରୂଟ୍ସ ନିହାତି ନିଜ ପିଲାଙ୍କୁ ଦିଅନ୍ତୁ ।
– ଗାଜର :-
ପିଲା ମାନଙ୍କ ଚକ୍ଷୁର ସ୍ବାସ୍ଥ୍ୟ ପାଇଁ ଗାଜର ଖୁବ୍ ହିତକର । ଏଥିରେ ଭିଟାମିନ ଏ ଅନେକ ମାତ୍ରାରେ ରହିଥାଏ । ଭିଟାମିନ ଏ ଆଖିକୁ ସୁସ୍ଥ ରଖିବା ସହିତ ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ । ତେଣୁ ନିଜ ପିଲାଙ୍କୁ ନିୟମିତ କିଛି ପରିମାଣ ରେ ଗାଜର ଖାଇବାକୁ ଦିଅନ୍ତୁ । ସାଲାଡ଼ ଭାବରେ ମଧ୍ୟ ଗାଜର ଖାଇବାକୁ ଦେଇ ପାରିବେ ।
– କାକୁଡି :-
ନିହାତି ନିଜ ପିଲାଙ୍କୁ ପ୍ରତିଦିନ କିଛି ମାତ୍ରାରେ କାକୁଡି ଖାଇବାକୁ ଦିଅନ୍ତୁ । ଏହା ଶରୀର କୁ ହାଇଡ୍ରେଟ୍ ରଖିବା ସହିତ ମନକୁ ସ୍ଥିର କରିଥାଏ । ପାଠ ପଢାରେ ଏକାଗ୍ରତା ବଢାଇ ଥାଏ । କାକୁଡି କୁ ମଧ୍ୟ ଆପଣ ସାଲାଡ଼ ଭାବରେ ନିଜ ପିଲାଙ୍କୁ ଖାଇବାକୁ ଦେଇ ପାରିବେ ।
