Odisha news

ଏହି ସବୁ ଲକ୍ଷଣ ହେଉଛି ମୁଖ ଗହ୍ଵର କ୍ୟାନ୍ସର ର ପ୍ରାରମ୍ଭିକ ଲକ୍ଷଣ , କଦାପି ଅଣଦେଖା କରନ୍ତୁ ନାହିଁ

0
ଭାରତରେ ମୁଖ ଗହ୍ଵର କ୍ୟାନ୍ସର ର ଲକ୍ଷଣ ଦିନକୁ ଦିନ ବଢିବାକୁ ଲାଗିଛି । ଗତ ୧୦ ବର୍ଷ ମଧ୍ୟରେ ମୁଖ ଗହ୍ଵର କ୍ୟାନ୍ସର ଅଧିକ ବୃଦ୍ଧି ହେବାରେ ଲାଗିଛି । ଏହି କ୍ୟାନ୍ସର ଓଠ , ମାଢ଼ି , ଜିଭ , ଗଳା , ଜିଭ ର ତଳ ପାର୍ଶ୍ଵ , ତାଳୁ ଉପରେ ମଧ୍ୟ ବିକଶିତ ହେବାର ଦେଖା ଯାଇଥାଏ । ଏହି ଭୟାନକ ରୋଗ ଠାରୁ ଦୂରେଇ ରହିବା ପାଇଁ ଏହାର ଲକ୍ଷଣ କୁ ଜାଣିବା ଓ ଏହାକୁ ଯଥା ଶୀଘ୍ର ପରୀକ୍ଷା କରିବା ଆବଶ୍ୟକ । ତେଣୁ ସର୍ବ ପ୍ରଥମେ ଏହି ପ୍ରାରମ୍ଭିକ ଲକ୍ଷଣ କୁ ଜାଣିବା ସବୁଠୁ ଜରୁରୀ ।
* ଧଳା ଦାଗ ବା ଧଳା ବୋଳ -:
ମାଢ଼ି, ଜିଭ , ଟନ୍ସିଲ୍ , ପାଟି ର ଭିତର ପାର୍ଶ୍ଵରେ ଯଦି ବାରମ୍ବାର ମୋଟା ବୋଳ ଭଳି କିଛି ବସି ଯାଉଛି ତେବେ ଏହା ଠିକ୍ ନୁହେଁ । ଏହି ସ୍ଥିତି କୁ ଲ୍ୟୁକୋପ୍ଲାକିୟା କହି ଥାଆନ୍ତି । ଅନେକ
ଲ୍ୟୁକୋପ୍ଲାକିୟା ନନ୍ କ୍ୟାନ୍ସର ହୋଇଥାଏ । ଆଉ କିଛି କ୍ୟାନ୍ସର ର ପ୍ରାରମ୍ଭିକ ଲକ୍ଷଣ ହୋଇ ଥାଆନ୍ତି । ଏହା ଅତ୍ୟଧିକ ତମ୍ବାଖୁ ସେବନ ର କାରଣ ହୋଇଥାଏ । ଯଦି ଏଭଳି କିଛି ଲକ୍ଷଣ ବାରମ୍ବାର ଦେଖା ଯାଉଛି ତେବେ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ ।
* ଲଗାତାର ଗେଟା ଭଳି ଦେଖାଯିବା:-
ଯଦି ଆପଣଙ୍କ ପାଟିରେ ଆପଣ କୌଣସି ଗେଟା ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ । ଏହାଛଡା ଯଦି ଏହି ଗେଟା ଯନ୍ତ୍ରଣା ଦାୟକ ଅଟେ ତେବେ ଠିକ୍ ନୁହେଁ ।
* ପାଟି ରେ ଯନ୍ତ୍ରଣା ଅନୁଭବ ହେବା -:
ବିନା କୌଣସି କାରଣରେ ଯଦି ଆପଣଙ୍କ ପାଟି, ମୁଖ ଗହ୍ଵର ଓ ଗଳା କିମ୍ବା ଚତୁର୍ପର୍ଶ୍ଵ ଯନ୍ତ୍ରଣା ଅନୁଭବ ହୋଇଥାଏ ତେବେ ଏହା ମୁଖ ଗହ୍ଵର ର କ୍ୟାନ୍ସର ର କାରଣ ଅଟେ ।
* ଅକାଳ ରେ ଦାନ୍ତ ଝଡ଼ିବା :-
ଯଦି ଅସମୟରେ ଦାନ୍ତ ଖସୁଛି ତେବେ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ । ଏହା ଠିକ୍ ନହେଁ । ଏପରି ସ୍ଥିତି ରେ ଆପଣ ଡାକ୍ତର ଙ୍କୁ ପରାମର୍ଶ କରିବା ନିହାତି ଜରୁରୀ। ଅସମୟ ରେ ଦାନ୍ତ ଝଡ଼ିବା କ୍ୟାନ୍ସର ର ପ୍ରାରମ୍ଭିକ ଲକ୍ଷଣ ଅଟେ ।
Nalco
Leave A Reply