ଜ୍ୟୋତିଷ ଶାସ୍ତ୍ର ରେ ୧୨ଟି ରାଶି ରହିଛି । ରାଶି ଫଳ ଅନୁସାରେ ବିଭିନ୍ନ କାଳ ଖଣ୍ଡ ବିଷୟରେ ଭବିଷ୍ୟ ବାଣୀ କୁହାଯାଇ ଥାଏ । ସେହି ଅନୁସାରେ ଧନ ଲକ୍ଷ୍ମୀ ଯୋଗ ଗୋଟିଏ ବିଶେଷ ଯୋଗ ଅଟେ । ଯେଉଁ ରାଶି ଉପରେ ଏହି ଯୋଗ ରହିଥାଏ ସେହି ବ୍ୟକ୍ତିଙ୍କ ଭାଗ୍ୟ ଖୋଲି ଯାଇଥାଏ ।
ଏହି ରାଶି ଉପରେ ରହିଛି ଧନ ଲକ୍ଷ୍ମୀ ଯୋଗ :-
* ଆସନ୍ତା ମାସରେ ମଙ୍ଗଳ ମିଥୁନ ରାଶି ରେ ପ୍ରବେଶ କରିବ । ଏହାଦ୍ବାରା ମିଥୁନ ରାଶି ର ବ୍ୟକ୍ତିଙ୍କ ବିଭିନ୍ନ ଅସୁବିଧା ଦୂର ହେବ ବୋଲି ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଇଛି । ଏହାଛଡା ଏହି ରାଶିର ବ୍ୟକ୍ତି ନିଜ କ୍ୟାରିୟର ରେ ଉନ୍ନତି କରିବେ । ଏହି ରାଶିର ବ୍ୟକ୍ତି ମା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ସତ୍ ମାର୍ଗ ଗ୍ରହଣ କରିବା ଆବଶ୍ୟକ ।
* ଯଦି କର୍କଟ ରାଶି ର ବ୍ୟକ୍ତି ଚାକିରୀ କରୁଛନ୍ତି , ସେମାନଙ୍କ ପାଇଁ ଏହି ମାସ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଅଟେ । ସେମାନଙ୍କୁ ଅଚାନକ ଭାବରେ ଖୁବ୍ ଭଲ ସୁଯୋଗ ମିଳିବ । ଯଦି ଆପଣ ତାହାକୁ ଗ୍ରହଣ କରି ପାରିଲେ ତେବେ ଜୀବନ ରେ ଖୁବ୍ ଉନ୍ନତି କରିବେ । ଏହାଛଡା ବ୍ୟବସାୟ ରେ ମଧ୍ୟ ସଫଳତା ହାସଲ କରିବେ। କର୍କଟ ରାଶି ର ମହିଳା ମାନଙ୍କ ପାଇଁ ଖୁବ୍ ଭଲ ସୁଯୋଗ ଆଣିବ । ଏହାଛଡା ଏହି ରାଶିର ବ୍ୟକ୍ତି ଶ୍ରୀ ଯନ୍ତ୍ର ସ୍ଥାପନା କରି ନିୟମିତ ପ୍ରାର୍ଥନା କରନ୍ତୁ ।
* ଗ୍ରହ ମାନଙ୍କର ଗୋଚର କାରଣରୁ ମା ଲକ୍ଷ୍ମୀଙ୍କ କୃପା ତୁଳା ରାଶି ର ବ୍ୟକ୍ତି ଙ୍କ ଉପରେ ଲକ୍ଷ୍ମୀ ଙ୍କ ବିଶେଷ କୃପା ରହିବ । କିଛି ନଭାବି ଚିନ୍ତା ନକରି କୌଣସି ପ୍ରକାର ଏଗରୀମେଣ୍ଟ ଉପରେ ହସ୍ତାକ୍ଷର କରନ୍ତୁ ନାହିଁ । ତୁଳା ରାଶି ର ଛାତ୍ରଛାତ୍ରୀ ଙ୍କ ଉପରେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ରହିଛି ।
* ମାର୍ଚ୍ଚ ମାସ ରେ ୪ଟି ଗ୍ରହ ଙ୍କ ଗୋଚର କାରଣରୁ ମୀନ ରାଶିରେ ଆର୍ଥିକ ଲାଭ ମିଳିବ । ଏହି ରାଶିର ବ୍ୟକ୍ତି ଙ୍କୁ କ୍ୟାରିୟର ରେ ଖୁବ୍ ସଫଳତା ମିଳିବ । ନିଜ କାର୍ଯ୍ୟାଳୟ ରେ ମଧ୍ୟ ଏମାନେ ଖୁବ୍ ସଫଳତା ହାସଲ କରିବେ । ନିଜ ଜୀବନ ସାଥି ଙ୍କ ନିକଟରୁ ସହଯୋଗ ଲାଭ କରିବେ । ମୀନ ରାଶିର ବ୍ୟକ୍ତି ମା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଦାନ ଧର୍ମ କରନ୍ତୁ ।