Odisha news

ଶନି ଜୟନ୍ତୀ ପୂର୍ବରୁ ହେବ ସୂର୍ଯ୍ୟଙ୍କର ନକ୍ଷତ୍ର ପରିବର୍ତ୍ତନ, ଏହି ୩ଟି ରାଶିର ଚମକିବ ଭାଗ୍ୟ

0

ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ମାସର ଅମାବାସ୍ୟା ଦିନରେ ଶନି ଦେବଙ୍କ ଜୟନ୍ତୀ ପାଳନ କରାଯାଇ ଥାଏ , ଚଳିତ ବର୍ଷ ୨୭ ମଇ ରେ ଶନି ଜୟନ୍ତୀ ପାଳନ ହେବ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ , ଶନିଙ୍କ ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ପଡିଥାଏ, ତେଣୁ ଶନି ଜୟନ୍ତୀ ରେ ଶନି ଦେବଙ୍କ ପୂଜା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ l

ଚଳିତ ବର୍ଷ ଶନି ଜୟନ୍ତୀ ପୂର୍ବରୁ ମଇ ୨୫ ତାରିଖ ରେ ସୂର୍ଯ୍ୟ , ଚନ୍ଦ୍ର ନକ୍ଷତ୍ର ରେ ଗୋଚର କରିବେ, ଯାହାକି ରାଶି ମାନଙ୍କ ଉପରେ ଶୁଭ ପ୍ରଭାବ ପକାଇବ, ଏହି ଗୋଚର କାରଣରୁ କିଛି ରାଶିଙ୍କ ଉପରେ ଶୁଭ ଫଳ ଦେଖାଦେବ l

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୫ ତାରିଖ ଦିନ ସକାଳ ୯ ଟା ୪୦ ମିନିଟ ରେ ସୂର୍ଯ୍ୟ  ଦେବ ରୋହିଣୀ ନକ୍ଷତ୍ର ରେ ପ୍ରବେଶ କରିବେ, ଏବଂ ଏହି ସମୟ ତିନିଟି ରାଶିଙ୍କ ପାଇଁ ଖୁବ ଶୁଭ ରହିବ l

* ସିଂହ ରାଶିର ସ୍ୱାମୀ ଗ୍ରହ ସୂର୍ଯ୍ୟ ଅଟନ୍ତି, ଏବଂ ସୂର୍ଯ୍ୟ ଙ୍କ ର ଚନ୍ଦ୍ର ନକ୍ଷତ୍ର ରେ ଗୋଚର ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ ଶୁଭ l ଏହି ସମୟ ରେ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଉନ୍ନତି ର ମାର୍ଗ ଖୋଲିଯିବ l ଆର୍ଥିକ ସ୍ଥିତି ମଜବୁତ ହେବ, ଏବଂ ପାରିବାରିକ ଜୀବନ ସୁଖମୟ ହେବ l
– ଉପାୟ – ଶନି ଜୟନ୍ତୀ ରେ ଯଦି ସିଂହ ରାଶିର ବ୍ୟକ୍ତି ଶନି ଦେବଙ୍କୁ କଳା ରାଶି ଓ ତେଲ ଅର୍ପଣ କରିବେ ତେବେ ଜୀବନ ସୁଖମୟ ହେବ l

* ତୁଳା ରାଶି ପାଇଁ ସୂର୍ଯ୍ୟ ଙ୍କର ଚନ୍ଦ୍ର ନକ୍ଷତ୍ର ରେ ଗୋଚର ଅତ୍ୟଧିକ ଶୁଭ ଅଟେ, ଏହି ସମୟ ରେ ତୁଳା ରାଶି ର ବ୍ୟକ୍ତିଙ୍କୁ ପ୍ରମୋସନ ମିଳିବ, ମାନ -ସମ୍ମାନ ପ୍ରାପ୍ତ ହେବ, ଆର୍ଥିକ ସ୍ଥିତି ସୁଧୁରିବ l ସମ୍ପର୍କ ନିବିଡ଼ ଓ ମଧୁର ହେବ l
– ଉପାୟ- ଶନି ଜୟନ୍ତୀ ଦିନ ତୁଳା ରାଶିର ବ୍ୟକ୍ତି ହନୁମାନ ଙ୍କ ପୂଜା କରିବେ ଏବଂ ଶନି ଙ୍କ ମନ୍ତ୍ର ପାଠ କରିବେ ଅଧିକ ଶୁଭ ଫଳ ପ୍ରାପ୍ତି ହେବ l

* ମକର ରାଶିର ସ୍ୱାମୀ ଗ୍ରହ ଶନି ଅଟନ୍ତି, ତେଣୁ ଶନି ଙ୍କର ଚନ୍ଦ୍ର ନକ୍ଷତ୍ର ରେ ଗୋଚର ମକର ରାଶିର ବ୍ୟକ୍ତିଙ୍କ କ୍ୟାରିଅର ରେ ସଫଳତା ଦେବ, ନୂଆ ଦାୟିତ୍ୱ ମିଳିବ, ଆର୍ଥିକ ପରିବର୍ତ୍ତନ ହେବ, ଏବଂ ଭାଇ ଭଉଣୀ ଙ୍କ ସମ୍ପର୍କ ସୁନ୍ଦର ହେବ l
– ଉପାୟ – ଶନି ଜୟନ୍ତୀ ଦିନ ଯଦି ମକର ରାଶିର ବ୍ୟକ୍ତି ଶନି ଚାଳିଶା ପାଠ କରିବେ ଏବଂ ଗରିବ ଙ୍କୁ କଳା ବସ୍ତ୍ର ଦାନ କରିବେ ଜୀବନ ସୁଖମୟ ହେବ l

Leave A Reply