ଆଜି ହେଉଛି ଶନି ଅମାବାସ୍ୟା : ଶନି ଦେବଙ୍କ ର ପ୍ରିୟ ଅଟନ୍ତି ଏହି ତାରିଖରେ ଜନ୍ମିତ ବ୍ୟକ୍ତି, ୪୦ ବର୍ଷ ପରେ ମିଳିଥାଏ ସଫଳତା
ଜ୍ୟୋତିଷ ଶାସ୍ତ୍ର ରେ ଶନି ଙ୍କୁ ଦଣ୍ଡାଧିକାରୀ ବୋଲି କୁହାଯାଇଥାଏ , କାହିଁକିନା ଶନି କର୍ମ ଅନୁସାରେ ଫଳ ଦେଇ ଥାଆନ୍ତି, ତେଣୁ ସମସ୍ତେ ଶନି ଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରନ୍ତି. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି କିଛିଟା ବିଶେଷ ତାରିଖ ରେ ଜନ୍ମତ ବ୍ୟକ୍ତିଙ୍କ ଉପରେ ଶନି ଙ୍କ କୃପା ରହିଥାଏ l
ଯେଉଁ ବ୍ୟକ୍ତିମାନେ ୮, ୧୭, ୨୬ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ମୁଲ୍ୟାଙ୍କ ହେଉଛି ୮, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଙ୍କର ଏହି ୮ ନମ୍ବର ସଂଖ୍ୟା ଟି ଖୁବ ପ୍ରିୟ, ଏହି ମୁଲ୍ୟାଙ୍କ ର ବ୍ୟକ୍ତି ଖୁବ ସଚୋଟ, ଭଲ ଆଚରଣ, ପରିଶ୍ରମୀ ଓ ନ୍ୟାୟପ୍ରିୟ ଅଟନ୍ତି l
– ଶନି ଦେବ ପ୍ରାରମ୍ଭିକ ଜୀବନ ରେ ଏହି ମୁଲ୍ୟାଙ୍କର ବ୍ୟକ୍ତିଙ୍କୁ ଗୋଟିଏ ସଂଘର୍ଷ ମୟ ଜୀବନ ଦେଇଥାଆନ୍ତି, ଏବଂ ସଫଳତା ପାଇଁ କଠିନ ପରିଶ୍ରମ କରି ଥାଆନ୍ତି, ଏବଂ ଏହାର ଫଳ ଶନି ଦେବ ଦେଇ ଥାଆନ୍ତି l
– ଶନି ଦେବ ଏହି ମୁଲ୍ୟାଙ୍କର ବ୍ୟକ୍ତିଙ୍କୁ ୪୦ ବର୍ଷ ଆୟୁ ପରେ ଖୁବ ସଫଳତା ଦେଇଥାଆନ୍ତି, ଯାହାଦ୍ୱାରା ଏହି ମୁଲ୍ୟାଙ୍କର ବ୍ୟକ୍ତି ଙ୍କ ଜୀବନ ରେ ଖୁବ ଶୀଘ୍ର ପରିବର୍ତ୍ତନ ହୋଇଥାଏ, ଏବଂ ଧନ ଦୌଲତ ଓ ଐଶ୍ୱର୍ଯ୍ୟ ଲାଭ କରନ୍ତି l
– ଏହି ମୁଲ୍ୟାଙ୍କର ବ୍ୟକ୍ତି ଖୁବ କମ କଥା କହି ଥାଆନ୍ତି, କିନ୍ତୁ ମାନସିକ ଭାବରେ ମଜବୁତ ହୋଇ ଥାଆନ୍ତି, ଏବଂ ଫିଲୋସଫି ପ୍ରତି ଏହି ମୁଲ୍ୟାଙ୍କର ବ୍ୟକ୍ତି ଙ୍କ ର ଖୁବ ଦୁର୍ବଳତା, ଏମାନଙ୍କ ଜୀବନ ରେ ଅଚାନକ ଚମତ୍କାର ମିଳିଥାଏ l ଅନ୍ୟ କୁ ସାହାଯ୍ୟ କରିବାରେ ଏହି ମୁଲ୍ୟାଙ୍କ ର ବ୍ୟକ୍ତି ଖୁବ ଆଗରେ l