Odisha news

ବିବାହ ପରେ ଯଦି ପ୍ରଥମ ଥର କରୁଛନ୍ତି ସାବିତ୍ରୀ ବ୍ରତ ତେବେ ଏହିସବୁ କଥାକୁ ନିହାତି ଧ୍ୟାନ  ରଖନ୍ତୁ

0

ସଧବା ମହିଳାଙ୍କ ର ସବୁଠୁ ବଡ଼ ପରିଚୟ ହେଉଛି ତାଙ୍କ ସଂଖା ସିନ୍ଦୁର, ସେଥିପାଇଁ ସେମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ କରନ୍ତି, ବିଶେଷ ଭାବରେ ହିନ୍ଦୁ ପରମ୍ପରା ଅନୁସାରେ ସ୍ତ୍ରୀ ମାନେ ଶ୍ରଦ୍ଧା ଓ ଆସ୍ଥାର ସହିତ ଏହି ବ୍ରତ କରନ୍ତି l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥି ରେ ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ, ଚଳିତବର୍ଷ ଅମାବାସ୍ୟା ତିଥି ୨ଦିନ ରହିଛି , ମଇ ୨୬ ଓ ମଇ ୨୭ ତାରିଖ, l କିନ୍ତୁ ସାବିତ୍ରୀ ବ୍ରତ ୨୬ ତାରିଖ ସୋମବାର ଦିନ ପାଳିତ ହେବ l

ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ପାଇଁ ସଧବା ନାରୀମାନେ ପ୍ରତ୍ୟେକ ବର୍ଷ ଏହି ବ୍ରତ ରଖି ଥାଆନ୍ତି, କିନ୍ତୁ ଏହି ବ୍ରତ ପାଇଁ କିଛିଟା ବିଧି ଓ ନିୟମ ରହିଛି l ବିଶେଷ ଭାବରେ ନବ ବିବାହିତା ମହିଳା ମାନେ ଯିଏକି ପ୍ରଥମ ଥର ସାବିତ୍ରୀ ବ୍ରତ ରଖୁଛନ୍ତି ସେମାନେ ଏହି ନିୟମ ଗୁଡିକ ଜାଣି ରଖିବା ଜରୁରୀ l

* ନବବିବାହିତା ମହିଳା ସାବିତ୍ରୀ ବ୍ରତ ପୂର୍ବଦିନ କାଷ୍ଠା ଭାବରେ ଏକବାର କରିବା ଶୁଭ ହୋଇଥାଏ l ଯାହାଦ୍ୱାରା ଚେତନା , ସ୍ଵଭାଵ ଓ ମନରେ ସକାରାତ୍ମକ ଚିନ୍ତାଧାରା ଆସିଥାଏ l

* ସାବିତ୍ରୀ ବ୍ରତଦିନ ବିଧିବିଧାନ ଭାବରେ ସମସ୍ତଙ୍କ ସହିତ ମିଶି ଏକାଠି ହୋଇ ସାବିତ୍ରୀ ବ୍ରତ ପୂଜା କରିବା ଦ୍ୱାରା ସୁଫଳ ମିଳିଥାଏ l କାହିଁକିନା କଥାରେ ଅଛି ସବୁରୀ ତୁଣ୍ଡରେ ନାରାୟଣ l

* ସାବିତ୍ରୀ ବ୍ରତରେ ନିଜ ସ୍ୱାମୀଙ୍କ ପାଇଁ ଶୁଭ ମନାସୀ ଅଖଣ୍ଡ ଦୀପ ଜଳାଇବା ଜରୁରୀ, ଏହାଦ୍ୱାରା ସ୍ୱାମୀଙ୍କ ଜୀବନ ର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ l

* ସାବିତ୍ରୀ ବ୍ରତ ପୂଜା ସମାପନ ପରେ ପୂଜା ହୋଇଥିବା ନୂଆ ସଂଖା , ସିନ୍ଦୁର, ବ୍ରତ ଧାରଣ କରି ଘରର ଗୁରୁଜନ ମାନଙ୍କ ପାଦ ସ୍ପର୍ଶ କଲାପରେ ପ୍ରସାଦ ସେବନ କରିବା ଜରୁରୀ l

* ଏହିଦିନ ସ୍ୱାମୀଙ୍କୁ ମଧ୍ୟ ପୂଜା କରିବା ଆବଶ୍ୟକ, ଏହାଦ୍ୱାରା ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l ସାବିତ୍ରୀ ବ୍ରତରେ ମଧ୍ୟ ବୃକ୍ଷ ପୂଜନ ର ବିଧି ରହିଥାଏ l

* ନବବିବାହିତା ବଧୂ ପ୍ରଥମ ସାବିତ୍ରୀ ଵ୍ରତ ରେ ୭ଜଣ ସଧବା ନାରୀଙ୍କୁ ପ୍ରଣାମ କରି ଆଶୀର୍ବାଦ ନେବା ଦ୍ୱାରା ସ୍ୱାମୀଙ୍କ ଜୀବନ ସୁଖମୟ ହୋଇଥାଏ l

Leave A Reply