ପ୍ରାୟ ପ୍ରତ୍ୟେକ ଘରେ ଗୁଡ଼ ମିଳିଥାଏ, ଏହାର ଉପଯୋଗ ଖାଇବା ଠାରୁ ନେଇ ପୂଜା-ପାଠ ଆଦି ରେ ମଧ୍ୟ କରାଯାଇ ଥାଏ l ଏହାଛଡା ଔଷଧ ପାଇଁ ମଧ୍ୟ କରାଯାଇଥାଏ l ସ୍ୱାସ୍ଥ୍ୟ ପାଇଁ ଗୁଡ଼ ଖୁବ ହିତକର, କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବାସ୍ତୁ ଶାସ୍ତ୍ର ରେ ମଧ୍ୟ ଗୁଡ଼ ର ଉପଯୋଗ ହୋଇଥାଏ l ହଁ ଆଜ୍ଞା, ଗୁଡ଼ ଦ୍ୱାରା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିଜର ଜୀବନ ବଦଳାଇ ପାରିବେ l ଏହିସବୁ ଉପାୟକୁ ଆପଣାଇ ଆପଣ ଚାକିରୀ, ବ୍ୟବସାୟ, ଧନ ଅର୍ଜନ, ଋଣ ମୁକ୍ତି ଓ ସ୍ୱାସ୍ଥ୍ୟ ସମସ୍ୟା ସବୁକିଛି ଠିକ ହୋଇଥାଏ l
– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରୋଷେଇ ଘରେ ସର୍ବଦା ଗୁଡ଼ ରଖିବା ଆବଶ୍ୟକ l ଯେଉଁ ଘରେ ଗୁଡ଼ ରହିଥାଏ ସେଠାରେ ସୌଭାଗ୍ୟ ବାସ କରିଥାଏ l ଗୁଡ଼ ଘରେ ରହିଲେ ଖୁସି ସର୍ବଦା ରହିଥାଏ l
– ଯଦି ଆପଣ କୌଣସୀ କାରଣରୁ ଭୟଭୀତ ରହୁଛନ୍ତି, ତେବେ ଶନିବାର ଦିନ ଗୋଟିଏ ତମ୍ବା ପାତ୍ରରେ ଗୁଡ଼ ନେଇ ହନୁମାନ ମନ୍ଦିର କୁ ଯାଆନ୍ତୁ ଓ ଗୁଡା ପାତ୍ର ସମେତ ଦାନ କରି ଦିଅନ୍ତୁ l ଏହାପରେ ମନ୍ଦିରରହନୁମାନ ଚାଳିଶା ପାଠ କରନ୍ତୁ l ଏହାଦ୍ୱାରା ସମସ୍ତ ପ୍ରକାର ଭୟ ଦୂର ହୋଇଥାଏ l
– ନବ ଗ୍ରହଙ୍କ ମଧ୍ୟରେ ସୂର୍ଯ୍ୟ ପ୍ରଧାନ ଗ୍ରହ ଅଟନ୍ତି l ଯଦି ଜାତକ ରେ ସୂର୍ଯ୍ୟ ଦୁର୍ବଳ ହୋଇ ଥାଆନ୍ତି, ତେବେ ଚାକିରୀ, ସ୍ୱାସ୍ଥ୍ୟ, ବ୍ୟବସାୟ ଇତ୍ୟାଦି ରେ ଅସୁବିଧା ଦେଖା ଯାଇଥାଏ l ଯଦି କୁଣ୍ଡଳୀ ରେ ସୂର୍ଯ୍ୟ ଦୋଷ ରହିଥାଏ କୌଣସି କାର୍ଯ୍ୟ ରେ ସଫଳତା ଲାଭ ରହି ନଥାଏ l ଏପରି ସ୍ଥିତିରେ ଆପଣ ନିୟମିତ ସକାଳୁ ଖଣ୍ଡିଏ ଗୁଡ଼ ଖାଆନ୍ତୁ l ଏହାପରେ ସାମାନ୍ୟ ପାଣି ପିଅନ୍ତୁ l
– ପ୍ରତି ଶନିବାର ଦିନ ମନ୍ଦିରରେ ଗୁଡ଼ ଓ ଗହମ ଦାନ କରିବା ଦ୍ୱାରା ଶାସ୍ତ୍ର ଅନୁସାରେ ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ ଓ ଶନିଦେବ ଓ ସୂର୍ଯ୍ୟ ଦେବଙ୍କ କୃପା ପ୍ରାପ୍ତି ହୋଇଥାଏ l
– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଋଣ ଭାର ରୁ ମୁକ୍ତି ପାଇବା ପାଇଁ ହଳଦୀ ଓ ଗୁଡ଼ ଗୋଟିଏ ହଳଦିଆ କପଡା ରେ ୭ଟି ଗଣ୍ଠି ପକାଇ ବାନ୍ଧି ଦିଅନ୍ତୁ l ଏହାକୁ କିଛି ଏଭଳି ଜାଗାରେ ରଖନ୍ତୁ ଯାହାକୁ କେହି ଦେଖିବେ ନାହିଁ, ଏହାପରେ ୨୧ ଦିନ ପରେ ଜଳ ରେ ପ୍ରଭାହିତ କରିଦିଅନ୍ତୁ l ଏହାଦ୍ୱାରା ଋଣ ଭାର ରୁ ମୁକ୍ତିରୁ ମିଳିବ l
– ଆର୍ଥିକ ଅନାଟନ ସମସ୍ୟା ପାଇଁ ଗୁଡର ଉପାୟ ପ୍ରଭାବକାରି ଅଟେ l ସେଥିପାଇଁ ଖଣ୍ଡିଏ ଗୁଡ଼ ଓ ଗୋଟିଏ ଟଙ୍କିକିଆ କଏନ ଗୋଟିଏ ନାଲି କପଡ଼ାରେ ବାନ୍ଧି ନିଅନ୍ତୁ l ଏହାକୁ ମା ଲକ୍ଷ୍ମୀଙ୍କ ଚରଣ ରେ ରଖି ଦିଅନ୍ତୁ l ଏହାକୁ ପ୍ରତିଦିନ ପୂଜା କରନ୍ତୁ l ପଞ୍ଚମ ଦିନ ଏହି ଗୁଡ଼ ଓ ପଇସା କୁ ଗୋଟିଏ ପୁଡା ରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ l ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବ l
