Odisha news

ମାଉଥ କ୍ୟାନ୍ସର ର ଏହିସବୁ ଲକ୍ଷଣକୁ କଦାପି ଅଣଦେଖା କରିବା ଉଚିତ ନୁହେଁ

0

ବିଗତ ୧୦ ବର୍ଷ ମଧ୍ୟରେ ମୁଖ ଗହ୍ୱରର କ୍ୟାନ୍ସର ମାମଲା ଏକ ତୃତୀୟାଂଶ ବୃଦ୍ଧି ପାଇଛି l  ତେଣୁ କ୍ୟାନ୍ସର ର ଲକ୍ଷଣ କୁ ତୁରନ୍ତ ଦେଖି ତାକୁ ଖୁବ ଶୀଘ୍ର ଯାଞ୍ଚ କରିବା ଆବଶ୍ୟକ l  ଓରାଲ ହେଲ୍ଥ ଫାଉଣ୍ଡେସନ ଦ୍ୱାରା ପ୍ରକାଶିତ ଗୋଟିଏ ଗବେଷଣା ଅନୁସାରେ ବ୍ରିଟେନ ରେ ୨୦୨୧ ରେ ୮୮୬୪ ଲୋକଙ୍କ ମଧ୍ୟରେ ମାଉଥ କ୍ୟାନ୍ସର ଦେଖିବାକୁ ମିଳିଥିଲା l  ଏହି ଫଳାଫଳ ୧୦ ବର୍ଷ ତୁଳନାରେ ୩୬ ପ୍ରତିଶତ ଅଧିକ ଅଟେ l  ଯେବେକି ଗୋଟିଏ ବର୍ଷ ମଧ୍ୟରେ ଏହି ରୋଗ ଦ୍ୱାରା ୩୦୩୪ ଲୋକଙ୍କର ମୃତ୍ୟୁ ହୋଇଛି l  ଗତ ୧୦ ବର୍ଷ ମଧ୍ୟରେ ୪୦ ପ୍ରତିଶତ ବୃଦ୍ଧି ଓ ୫ବର୍ଷ ମଧ୍ୟରେ ୨୦ ପ୍ରତିଶତ ବୃଦ୍ଧି ହୋଇଛି l

– ଓରାଲ ହେଲ୍ଥ ଫାଉଣ୍ଡେସନ ର ସୂଚନା ଅନୁସାରେ ଧୁମ୍ରପାନ, ମଦ୍ୟପାନ ଓ ଗୁଟୁକା ସେବନ ଦ୍ୱାରା ଅଧିକ କରିବା ହେଉଛି ମାଉଥ କ୍ୟାନ୍ସର ର ଗୋଟିଏ ବଡ କାରଣ ଅଟେ l ତେଣୁ ଦିନକୁ ଦିନ ଅଧିକ ମୁଖଗହ୍ଵର କ୍ୟାନ୍ସର ବୃଦ୍ଧି ପାଉଛି l

– ଏହାଛଡା ବର୍ତମାନ ଏହି କ୍ୟାନ୍ସର ର ରାସ୍ତା ବଦଳୀ ଯାଇଛି ଓ ଯେ କୌଣସି ବ୍ୟକ୍ତି ମୁଖଗହ୍ଵର କ୍ୟାନ୍ସର ଦ୍ୱାରା ପ୍ରଭାବିତ ହୋଇ ପାରିବ l ଏହି କ୍ୟାନ୍ସର ଯେ କୌଣସି ବ୍ୟକ୍ତି ଉପରେ ପ୍ରଭାବ ପକାଇ ପାରିବ l  ଯେପରିକି ଯେ କୌଣସି ବ୍ୟକ୍ତି କଥା କହିବାରେ ପରିବର୍ତ୍ତନ ମଧ୍ୟ ହୋଇପାରେ l ଖାଦ୍ୟ ଖାଇବାରେ ଅସୁବିଧା ମଧ୍ୟ ହୋଇପାରେ l

– ମାଉଥ କ୍ୟାନ୍ସର ହେବା ଦ୍ୱାରା ଟ୍ୟୁମର ଜିଭର ସରଫେସ , ଗାଲର ଭିତର ପାର୍ଶ୍ୱରେ, ଓଠ କିମ୍ବା ଦାନ୍ତ ମାଢିରେ ଦେଖାଯାଇ ଥାଏ l ମାଉଥ କ୍ୟାନ୍ସର କୁ ଜାଣିବା ପାଇଁ ନିଜ ପାଟି ମଧ୍ୟରେ ହେଉଥିବା ବିଭିନ୍ନ ପରିବର୍ତନ କୁ ଭଲରେ ଦେଖିବା ଓ ଯାଞ୍ଚ କରିବା ଆବଶ୍ୟକ l

-ପାଟି ମଧ୍ୟରେ ଯନ୍ତ୍ରଣା ଦାୟକ ଘା ଯାହାକି ଦୀର୍ଘଦିନ ପର୍ଯ୍ୟନ୍ତ ଠିକ ହୋଇ ନଥାଏ l  ପାଟି କିମ୍ବା ଗଳା ରେ ଯଦି କୌଣସି ଗେଟା ଭଳି ଦେଖା ଯାଇଥାଏ ତେବେ ଏହା ପାଟି କ୍ୟାନ୍ସର ର ଲକ୍ଷଣ ହୋଇଥାଏ l

– ଦାନ୍ତ ଲୁଜ ହେବା , ପାଟି କିମ୍ବା ଜିଭ ରେ ଧଳା ଓ ନାଲି ରଙ୍ଗର ଦାଗ ଭଳି କିଛି ଦେଖାଯିବା l  କଥା କହିବାରେ ପରିବର୍ତ୍ତନ ହେବା ଯେପରିକି ପାଟି ଲାଗିବା କିମ୍ବା ଅଚାନକ ଭାବରେ କଥା କହିବାର ଗତି ବୃଦ୍ଧି ପାଇବା l

ଯଦି ଆପଣ ଏହିଭଳି କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l ଡାକ୍ତରଙ୍କ ସୂଚନା ଅନୁସାରେ ମାଉଥ କ୍ୟାନ୍ସର ସାଧାରଣ ଭାବରେ ଧୁମ୍ରପାନ ଅତ୍ୟଧିକ, ମଦ୍ୟପାନ ଅଧିକ ଓ ତମ୍ବାଖୁ ସେବନ ଦ୍ୱାରା ହୋଇଥାଏ l  ମାଉଥ କ୍ୟାନ୍ସର ୩ଟି ମାଧ୍ୟମ ଦେଇ ହୋଇଥାଏ l ପ୍ରଥମ ଟି ହେଲା ସର୍ଜରୀ ଦ୍ୱାରା କ୍ୟାନ୍ସର କୋଷିକା କୁ ହଟାଇ ଦିଆଯାଇ ଥାଏ l ଦ୍ୱିତୀୟଟି ହେଲା ରେଡ଼ିଓଥେରାପି ଓ ତୃତୀୟଟି ହେଲା କେମୋ ଥେରାପି l

Nalco
Leave A Reply