Odisha news

ଯୁବତୀକୁ ଅସଦଆଚରଣ ଯୁବକ ଗିରଫ

0

ବାରଙ୍ଗ: ଜଣେ ଯୁବତୀକୁ ଅସଦଆଚରଣ କରିବା ଅଭିଯୋଗରେ ନନ୍ଦନକାନନ ଥାନାପୋଲିସ  ଜଣେ ଯୁବକ କୁ ଗିରଫ କରିଛି।  ବର୍ଦ୍ଧମାନ ଜିଲ୍ଲା ଆସନସୋଲ ଗ୍ରାମର  ଆକାଶମଣ୍ଡଳ ବୋଲି ଜଣାପଡିଛି ।   ଯୁବକକୁ ଗିରଫକରି  ଶନିବାରଦିନ କୋର୍ଟଚାଳଣ କରିଛି । ସୂଚନା ମୁତାବକ ଶୁକ୍ରବାରଦିନ ଜଣେ ଯୁବତୀ ଓ ତାର ତିନିଜଣ ସହଯୋଗୀ ମିଶି ପାର୍ଟିକରିବାପାଇଁ ଆୟୋଜନ କରିଥିଲେ । ଆୟୋଜନମୁତାବକ ସମସ୍ତେ ନନ୍ଦନକାନନଥାନା ଅଧିନସ୍ଥ ରୟାଲଲାଗୁନ ଫ୍ଲାଟରେ ଭଡାରେରହୁଥିବା ଜଣେ ପରିଚିତ ବନ୍ଧୁଙ୍କ ରୁମକୁ ଯାଇଥିଲେ । ପାର୍ଟିଚାଲିଥିବା ସମୟରେ ଆକାଶମଣ୍ଡଳ ନାମକ ଯୁବକ ଏକାନ୍ତରେ କିଛି ବ୍ୟକ୍ତିଗତକଥା ହେବାର ବାହାନାକରି ଯୁବତୀକୁ ଅନ୍ୟ ଏକ ରୁମକୁ ନେବା ସହିତ ସେଠାରେ ତାଙ୍କୁ ଅସଦାଚରଣ କରିଥିଲେ । ଯୁବତୀଜଣଙ୍କ ବହୁକଷ୍ଟରେ ସେଠାରୁ ଖସି ଆସିବାପରେ ନନ୍ଦନକାନନଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପୋଲିସ ୨୫/୨୩କେଶନଂରେ ଏକ ମକଦ୍ଦମାରୁଜୁକରି  କିଟକ୍ୟାମ୍ପସ-୬ରେ ରହୁଥିବା ଆକାଶମଣ୍ଡଳକୁ ଗିରଫ କରି ଶନିବାରଦିନ କୋର୍ଟଚାଳଣ କରିଥିଲେ ।

Nalco
Leave A Reply