ଆଠଗଡ଼ ତା ୨୮ /୧/୨୩ ଆଠଗଡ଼ ବ୍ଲକ ରେ ସମସ୍ତ ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରିବାରେ ମାହିର। ଆଠଗଡ଼ ବ୍ଲକ ରେ ଥିବା କର୍ମଚାରୀ ମାନେ କ୍ଷେତ୍ର ପରିଦର୍ଶନ ନକରି ନିଜ କାର୍ଯ୍ୟାଳୟରେ ରହି ସମସ୍ତ ବିଲ୍ କରିଥାଆନ୍ତି। ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ଠିକାଦାର ଓ ବ୍ଲକ କର୍ମଚାରୀ ଙ୍କ ମଧ୍ୟରେ ସଲାସୁତୁରା ରେ ସବୁକିଛି ସମ୍ଭବ ହୋଇଥାଏ। ଆଠଗଡ଼ ବ୍ଲକ ଅନ୍ତର୍ଗତ ରାଜନଗର ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି। ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ଗୋଟିଏ କାମକୁ ଭିନ୍ନ ଭିନ୍ନ ପ୍ରକାରେ ସରପଞ୍ଚ ଓ କାର୍ଯ୍ୟ ନିର୍ବାହିଅଧିକାରୀ ମିଳିମିଶି ଆତ୍ମସାତ କରିଛନ୍ତି। ଗରିଆ ପାଟ ପୋଖରୀ ଓ ନୁଆ ପୋଖରୀ ଖୋଳାଜାଇ ସେହି ମାଟିକୁ କଲ୍ୟାଣ ମଣ୍ଡପ ରାସ୍ତା,ଉତରେଶ୍ୱର ମନ୍ଦିର ରାସ୍ତା ଓ ହାଇସ୍କୁଲ ଏବଂ ମାଇନର ସ୍କୁଲ ମଝି ରାସ୍ତାରେ ମାଟି ପକାଯାଇ ୫ ଟି ପର୍ଯ୍ୟାୟରେ ସରକାରୀ ଅର୍ଥ ଆତ୍ମସାତ କରାଯାଇଛି। କ୍ଷୁଦ୍ର ଜଳସେଚନ ଯୋଜନା ରେ ଖଣ୍ଡିଆ ବନ୍ଦ ଠାରୁ ଗ୍ରାମର ଠାକୁରାଣୀ ପର୍ଯ୍ୟନ୍ତ ଗୋଟିଏ କାମକୁ ଦୁଇ ଥର ବିଲ୍ କରାଯାଇଛି।
ପଞ୍ଚାୟତ ରେ ଗରିବ ଲୋକଙ୍କୁ ଆବାସ ଯୋଜନାରେ ଗରିବ ଲୋକଙ୍କୁ ମିଳୁଥିବା ଘର ବଦଳରେ ସେମାନଙ୍କ ଠାରୁ ସରପଞ୍ଚ ୨୦/୨୫ ହଜାର ଟଙ୍କା ଲେଖାଏଁ ମାଗୁଥିବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ସମ୍ପର୍କିତ ଦାବିପତ୍ର ଜିଲ୍ଲାପାଳଙ୍କୁ ଦେବା ସହିତ ଏହାର ନକଲ ଉପଜିଲ୍ଲାପାଳ ଓ ବିଡ଼ିଓ ଙ୍କୁ ପ୍ରଦାନ କରିଛନ୍ତି।
