ଲାଟିନ ଆମେରିକୀୟ ଦେଶ ଇକ୍ୱାବାର୍ଡର ରେ ରହୁଥିବା ଏହା ଗୋଟିଏ କଇଁଛ ର କାହାଣୀ ଅଟେ, ଯିଏ କି ଖୁବ୍ ପ୍ରସିଦ୍ଧ । ଏହି କଇଁଛ ର ବ୍ୟବହାର ବିଶାଳ ଚେଲୋନୋଇଡିସ ହୁଣ୍ଡେଶିସ ପ୍ରଜାତି ର କଇଁଛ କୁ ରକ୍ଷା କରିବା ପାଇଁ କରା ଯାଇଥିଲା । ଚେଲୋନୋଇଡିସ ହୁଣ୍ଡେଶିସ କଇଁଛ ବିଲୁପ୍ତ ହେବା ଅବସ୍ଥାରେ ଥିଲେ । ଏହି ସମୟରେ ଏହି ନିର୍ଦ୍ଧିଷ୍ଟ ପ୍ରଜାତିର କଇଁଛ କୁ ରକ୍ଷା କରିବା ପାଇଁ ଗୋଟିଏ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଯେଉଁଥିରେ ଚେଲୋନୋଇଡିସ ହୁଣ୍ଡେଶିସ ପାଇଁ ଗୋଲପାଗୋସ ଦୀପ ର କଇଁଛ ର ଆବଶ୍ୟକତା ରହିଥିଲା ।
ଏହି ପ୍ରଜାତିର କଇଁଛ ଙ୍କ ବଂଶ ବିସ୍ତାର ପାଇଁ ଡିଏଗୋ ବହୁତ୍ ବଡ ଯୋଗଦାନ ଥିଲା । ଏହି କଇଁଛ ଟି ୮୦୦ ଟି କଇଁଛ ଛୁଆ ଜନ୍ମ ହେବାରେ ସହଯୋଗ କରିଥିଲା । ବର୍ତମାନ ଡିଏଗୋ ର ବୟସ ୧୦୦ ବର୍ଷ ଅଟେ । ୧୯୬୦ ମସିହା ବେଳକୁ ଚେଲୋନୋଇଡିସ ହୁଣ୍ଡେଶିଷ ପ୍ରଜାତିର ମାତ୍ର ୧୫ ଟି କଇଁଛ ଜୀବିତ ଥିଲେ ।
ଏହି ନିର୍ଦ୍ଧିଷ୍ଟ ପ୍ରଜାତିର କଇଁଛ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ଡିଏଗୋ କୁ ସାମିଲ କରାଯାଇ ଥିଲା । ଲକ୍ଷ ଥିଲା ୨୦୦୦ ଚେଲୋନୋଇଡିସ
ହୁଣ୍ଡେଶିସ୍ ପ୍ରଜାତିର କଇଁଛ ସଂଖ୍ୟା କୁ ବୃଦ୍ଧି କରିବା । କିନ୍ତୁ ଡିଏଗୋ ମାତ୍ର ୪୦ ପ୍ରତିଶତ ବଂଶ ବୃଦ୍ଧି ରେ ଯୋଗଦାନ କରିଥିଲା । କିନ୍ତୁ ୨୦୨୦ ରେ ଡିଏଗୋ କୁ ଏହି ସେବାରୁ ନିବୃତ କରାଯାଇ ଥିଲା ।
ଚେଲୋନୋଇଡିସ କଇଁଛ ଙ୍କ ସମ୍ଭାବିତ ବୟସ ୨୦୦ ବର୍ଷ ଅଟେ । ଏହା ସତ୍ତ୍ବେ ଡିଏଗୋ ସେବା ନିବୃତ ହେଲେ ମଧ୍ୟ ଯୁବକ କଇଁଛ ଭାବରେ ଗଣନା ହୋଇଥାଏ । ଡିଏ ଗୋ ର ଓଜନ ପାଖାପାଖି ୮୦ କେଜି , ଏହାର ଲମ୍ବ ୩୫ ଇଞ୍ଚ , ସମ୍ପୂର୍ଣ ଭାବରେ ଠିଆ କରିଦେବା ଦ୍ଵାରା ୫ଫୁଟ ଉଚ୍ଚତାର ହୋଇ ଯାଇଥାଏ ।
ଡିଏଗୋ କୁ ଜାନୁଆରୀ ୨୦୨୦ ରେ ସେବା ନିବୃତ କରାଯିବା ପରେ ଗୋଟିଏ ଅଜଣା ଦୀପ ରେ ଛାଡି ଦିଆଯାଇ ଥିଲା । ଇକ୍ୱାଡୋର୍ ର ପର୍ଯ୍ୟାବରଣ ମନ୍ତ୍ରୀ ଏହାକୁ ଯୁଗର ଅନ୍ତ ବୋଲି ଘୋଷଣା କରିଥିଲେ ।
