ବ୍ରହ୍ମପୁର , ୧୨/୧- ଆଜି ଅପରାହ୍ଣରେ ପ୍ରେମନଗର ୩ ୟ ଗଳିରେ ଥିବାଏକ ଆପାର୍ଟମେଣ୍ଟର ଫ୍ଲାଟ୍ରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଜନୈକ ସୁନା ବ୍ୟବସାୟୀଙ୍କ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ସର୍ଟସର୍କିଟ ରୁ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ଦମକଳ ବାହିନୀ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଅଗ୍ନିକାଣ୍ଡ ବେଳେ ସେହି ଫ୍ଲାଟ୍ରେ ରହୁଥିବା ପରିବାର ବଜାରକୁ କିଣାକିଣି ପାଇଁ ଚାଲିଯାଇଥିବାରୁ କେହି ମୃତାହତ ହୋଇନାହାନ୍ତି।ଘଟଣାରୁ ପ୍ରକାଶ ଯେ, , ଅଗ୍ନିକାଣ୍ଡ ଘଟିଥିବା ଫ୍ଲାଟ୍ରେ କେ.ସୁନିଲ କୁମାର ନାମକ ଜଣେ ସୁନା ବ୍ୟବସାୟୀ ଭଡ଼ାରେ ରହୁଥିଲେ। ଆଗକୁ ମକର ପାଇଁ ବଜାର ସଉଦା କରିବାକୁ ପରିବାରବର୍ଗ ଚାଲିଯାଇଥିଲେ। ଅପରାହ୍ଣ ପ୍ରାୟ ୨ଟା୩୦ ବେଳେ ତାଙ୍କ ଫ୍ଲାଟରେ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇ ସେମାନେ ଘରଜୁ ଫେରିଥିଲେ। ବ୍ରହ୍ମପୁର ଅଗ୍ନିଶମ ବାହିନୀର ଆସିଷ୍ଟାଣ୍ଟ ଫାୟାର ଅଫିସର ସନ୍ତୋଷ ପାଣିଗ୍ରାହୀଙ୍କ ନେତୃତ୍ବରେ ତିନିଟି ଦମକ ବାହିନୀ ସେଠାରେ ପହଁଚିଥିଲା। ନିଆଁକୁ ଆୟତ୍ତ କରିବାପାଇଁ ପ୍ରାୟ ଦେଢ଼ ଘଣ୍ଟା ଲାଗିଥିଲା। ଘର ଭିତରେ ଥିବା ସମସ୍ତ ମୂଲ୍ୟବାନ ସାମଗ୍ରୀ ସହ ସମସ୍ତ ଆସବାବପତ୍ର ପୋଡି ଜଳିଯାଇଥିଲା। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୦ଲକ୍ଷ ଟଙ୍କାର ଆସବାବପତ୍ର ପୋଡ଼ି ଯାଇଥିବା ଆକଳନ କରାଯାଇଛି।
