Odisha news

ମହିଳାଙ୍କ ଠାରୁ ୪ଲକ୍ଷ ୮୨ ହଜାର ଠକିନେଲେ ସାଇବର ଠକ

0

ବ୍ରହ୍ମପୁର,୧୨ା୧: ଗଞ୍ଜାମ ଜିଲା କୋଦଳାରେ ରହୁଥିବା ଗିତୀଶ୍ରୀ ଦାସ ନାମକ ଜଣେ ମହିଳାଙ୍କ ଠାରୁ ବିଦେଶ ମୁଦ୍ରା ଥିବା ଏକ ପାର୍ସଲ ପଠାଇବାକୁ କହି ସାଇବର ଠକମାନେ ତାଙ୍କ ଠାରୁ ୪ ଲକ୍ଷ ୮୨ ହଜାର ଟଙ୍କା ଠକି ନେଇଛନ୍ତି l ସୂଚନାଯୋଗ୍ୟ ଯେ, ଗିତୀଶ୍ରୀଙ୍କ ଘର କଟକ ଆଲିସାବଜାରରେ ହୋଇଥିବା ବେଳେ ସେ କୋଦଳାରେ ରହୁଛନ୍ତି ା ଆଜକୁ କିଛି ଦିନ ତଳେ ସେ କିଣାକିଣି କରିବାକୁ ବ୍ରହ୍ମପୁରକୁ ଆସିଥିଲେ l କିଣାକିଣି କରୁଥିବା ବେଳେ ତାଙ୍କ ମୋବାଇଲକୁ ଏକ ଫୋନକଲ ଆସିଥିଲା ା ଅଜଣା ନମ୍ବର(୯୯୧୦୬୩୭୯୩୦)ରୁ ଗିତୀଶ୍ରୀଙ୍କ ନିକଟକୁ ଫୋନ ଆସିଥିଲା l ଫୋନ କରିଥିବା ବ୍ୟକ୍ତି ଜଣଙ୍କ ଗିତୀଶ୍ରୀଙ୍କୁ ବିଦେଶ ମୂଦ୍ରା ଥିବା ଏକ ପାର୍ସଲ ପଠାଇବି ବୋଲି କହିଥିଲେ ା  ସେ ଜଣେ ଡାକ୍ତର ବୋଲି ମଧ୍ୟ ଗିତୀଶ୍ରୀଙ୍କୁ କହିଥିଲା l ଏହାପରେ ଇନଷ୍ଟାଗ୍ରାମରେ ସେି ପାର୍ସଲର ଭିଡିଓ ମଧ୍ୟ ପଠାଇଥିଲା ା ପାର୍ସଲ ଭିତରେ ବିଦେଶୀ ମୂଦ୍ରା ଥିବା ଦେଖାଇଥିଲା ା ଇନଷ୍ଟାଗ୍ରାମରେ ଉଭୟ ଚାଟିଂ କରିବା ପରେ ଗୋଟିଏ ଦିନ ପରେ ଆଉ ଏକ ଅଜଣା ନମ୍ବରରୁ ଗିତୀଶ୍ରୀଙ୍କ ୱାଟସଆପ ନମ୍ବରକୁ ଫୋନ ଆସିଥିଲା ା ପାର୍ସଲଟି ଭାରତରେ ପହଞ୍ଚିଯାଇଛି ବୋଲି ସେ ଗିତୀଶ୍ରୀଙ୍କୁ କହିଥିଲା l

ସେହି ପାର୍ସଲ ପାଇବାକୁ ହେଲେ ୩୦ ହଜାର ଟଙ୍କା ଡିପୋଜିଟ କରିବାକୁ ପଡ଼ିବ ବୋଲି କହିଥିଲା l ଗିତୀଶ୍ରୀ ଗୁଗଲ-ପେ ଆକାଉଣ୍ଟରୁ ୩୦ ହଜାର ପଠାଇଥିଲା ା ଗିତୀଶ୍ରୀ ଯେଉଁ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ତାହା ଭୁପେନ୍ଦ୍ର କୁମାର ମିଶ୍ରଙ୍କ ନାଁରେ ଥିଲା l ଏହାର ଗୋଟିଏ ଦିନ ପରେ ବ୍ୟକ୍ତି ଜଣଙ୍କ ପୁଣି ଫୋନ କରି ୭୫ ହଜାର ଟଙ୍କା ଡିପୋଜିଟ କରିବାକୁ ଗିତୀଶ୍ରୀଙ୍କୁ କହିଥିଲେ ା ସେହି ବ୍ୟକ୍ତି ଜଣଙ୍କ ଦେଇଥିବା ଏକ ବ୍ୟାଙ୍କ ଆକାଉଣ୍ଟକୁ ଗିତୀଶ୍ରୀ ୭୫ ହଜାର ଟଙ୍କା ଏନଇଏଫଟି କରି ପଠାଇଥିଲେ ା  ଏହାପେର ବିଭିନ୍ନ ଶୁଳ୍କ ଓ ପରିବହନ ଖର୍ଚ୍ଚ ବାବଦକୁ ବିଭିନ୍ନ ସମୟରେ ଟଙ୍କା ପଠାଇବାକୁ ବ୍ୟକ୍ତି ଜଣଙ୍କ ଗିତୀଶ୍ରୀଙ୍କୁ କହିଥିଲା l ଗିତୀଶ୍ରୀ ମଧ୍ୟ ପ୍ରଥମେ ୯୦ ହଜାର ତା’ ପରେ ୯୫ ହଜାର ଟଙ୍କା ପଠାଇଥିଲା ା ଏହା ପରେ ପରେ  ୧ ଲକ୍ଷ ୫୦ ହଜାର ଟଙ୍କା,  ୧୨ ହାଜର ଓ ତା’ ପରେ ୩୦ ହଜାର ପଠାଇଥିଲେ l  ପ୍ରାୟ ୧ ସପ୍ତାହ ମଧ୍ୟରେ ଗୀତିଶ୍ରୀ ସାିବର ଠକଙ୍କ ନିକଟକୁ ମୋଟ ୪ ଲକ୍ଷ ୮୨ ହଜାର ଟଙ୍କା ପଠାଇସାରିଥିଲେ l ପାର୍ସଲଟି ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚି ସାରିଛି ଆଉ ତାକୁ ପଠାଇବାକୁ ହେଲେ ଆଉ ୨୫ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ସାଇବର ଠକ ଜଣଙ୍କ କହିଥିଲେ l ହେ​‌େ​‌ଲ  ଗୀତିଶ୍ରୀ ସନ୍ଦେହ କରିବା ସହ ଅଧିକ ଟଙ୍କା ପଠାଇବାକୁ ମନା କରି ଦେଇଥିଲେ ା ମୋର ଆଉ ପାର୍ସଲ ଦରକାର ନାହିଁ ତେଣୁ ସମସ୍ତ ଫେରାଇ ଦେବାକୁ ସାଇବର ଠକଙ୍କୁ କହିଥିଲେ l ହେଲେ ସାଇବର ଠକମାନେ ତାଙ୍କ ଟଙ୍କା ଫେରାଇ ନଥିଲେ l ଘଟଣା ସମ୍ପର୍କରେ ମହିଳା ଜଣଙ୍କ ବ୍ରହ୍ମପୁର ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ ନଂ ୨/୨୩ରେ ଏକ ମାମଲା ରୁଜୁ କରିଛି

Nalco
Leave A Reply