Odisha news

ଖୁଣ୍ଟାପୁର ଆରଆଇ କାର୍ଯ୍ୟାଳୟରୁ ଲାପଟପ, ପ୍ରିଣ୍ଟର ଏବଂ ବୋରୱେଲ ମୋଟର ଚୋରି

0
ବେତନଟୀ :  ବୈଶିଙ୍ଗା ଥାନା ଅନ୍ତର୍ଗତ ଖୁଣ୍ଟାପୁର ସ୍ଥିତ ରାଜସ୍ଵ ନିରୀକ୍ଷକ କାର୍ଯ୍ୟାଳୟରୁ ଗତକାଲି ସୋମବାର ରାତ୍ରିରେ ଦୁର୍ବୁତ୍ତ ମାନେ କବାଟ ଭାଙ୍ଗି କାର୍ଯ୍ୟାଳୟରେ ବ୍ୟବହୃତ ଲାପଟପ, ପ୍ରିଣ୍ଟର ଏବଂ ବୋରୱେଲରେ ଲାଗିଥିବା ପାଣି ପମ୍ପ ଚୋରି କରିନେଇଥିବା ଥାନାରେ ଅଭିଯୋଗ ହୋଇଛି । ସବୁଦିନ ଭଳି ଆରଆଇ ଜଗନ୍ନାଥ ମହାନ୍ତ ଏବଂ ପିଅନ୍ ଅଭିରାମ ଖିଲାର କାର୍ଯ୍ୟାଳୟ ଖୋଲିବାକୁ ଆସି ଦେଖନ୍ତି କବାଟ ଭଙ୍ଗା ଯାଇଛି। ଚୋରି ହୋଇଯାଇଥିବା ଅନୁମାନ କରି ତହସିଲଦାର ଅନିତା ନାୟକଙ୍କୁ ଫୋନ ଯୋଗେ ଜଣାଇଥିଲେ। ତହସିଲଦାର ଏବଂ ସୁପରଭାଇଜର ଜଗନ୍ନାଥ ସିଂ ଖୁଣ୍ଟାପୁର କାର୍ଯ୍ୟାଳୟରେ ପହଞ୍ଚିଥିଲେ।କବାଟ ଖୋଲି  ଭିତରେ ଦେଖାଗଲା ବ୍ୟବହୃତ ହେଉଥିବା ଲାପଟପ, ପ୍ରିଣ୍ଟର ଏବଂ ବୋରୱେଲରେ ଲାଗିଥିବା ସମରସେବଲ ପାଣିପମ୍ପ ଚୋରି ହୋଇଯାଇଛି। ଚୋରି ହୋଇଥିବା ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ଫେରିଆସିଥିଲେ। ସନ୍ଧ୍ୟା ସମୟରେ ଆରଆଇ ଜଗନ୍ନାଥ ମହାନ୍ତ ଏତଲା ଦେବା ପରେ ୩୯୮/୨୨ରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି। ପ୍ରକାଶ ଥାଉକି ପ୍ରତ୍ୟେକ ଆରଆଇ ସଂଲଗ୍ନରେ କ୍ଵାଟର ରହିଥିଲେ ମଧ୍ୟ କୌଣସି ଆରଆଇ କ୍ୱାଟରରେ ନ ରହି ନିଜ ଘରକୁ ପଳାଇଯାଉଥିବା ଯୋଗୁଁ ଏହି ପରି ଘଟଣା ଘଟୁଥିବାର ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଜୋର ହେଉଛି।
Nalco
Leave A Reply