ନିରାକାରପୁର, ୨୯/୧୧: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗ୍ରାମର ଧର୍ମପରାୟଣ ମହିଳା ଉଲ୍ଲାସିନୀ ବଳବନ୍ତରାୟ ଙ୍କ ଅକାଳ ବିୟୋଗ ଘଟିଛି। ସେ ଜଣେ ପରୋପକାରୀ , ମେଲପୀ, ଧର୍ମପରାୟଣ ବ୍ୟକ୍ତି ଥିଲେ। ସେ କିଛି ଦିନ ହେବା ଶାରୀରିକ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲ। । ସେ ନିରାକାରପୁର ରାମଦୟ। ପରିଷଦ ଉପସଭାପତି ସତ୍ୟବାଦୀ ବଳବନ୍ତରାୟ ଙ୍କ ଧର୍ମ ପତ୍ନୀ ଅଟନ୍ତି। ତାଙ୍କ ମରଶରୀରକୁ ପୁରୀ ସ୍ବର୍ଗ ଦ୍ଵାରରେ ଅନ୍ତିମ ସତ୍କାର କରାଯାଇଛି। ତାଙ୍କ ମୃତ୍ୟୁରେ ନିରାକାରପୁର ଓ ପାଖାପାଖି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
