ତାଳଚେର ତା ୨୮/୧୧ ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବୀରେ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ହାଟତୋଟା ସ୍ଥିତ ପ୍ରଜାମଣ୍ଡଳ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୯୯୩ ମସିହାରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ତାଳଚେର ଠାରେ ଘୋଷଣା କରିଥିଲେ ଯେ, ଯେତେବେଳେ ନୂତନ ଜିଲ୍ଲା ଗଠନ କରାଯିବ ସେତେବେଳେ ୩୧ ନଂ ଜିଲ୍ଲା ଭାବେ ତାଳଚେରକୁ ଘୋଷଣା କରାଯିବ ବୋଲି କହିଥିଲେ । ବର୍ତମାନ ରାଜ୍ୟ ସରକାର ନୂତନ ଜିଲ୍ଲା ଘୋଷଣା କରିବା ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତାଳଚେରବାସୀଙ୍କର ଦୀର୍ଘ ଦିନର ଦାବୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ପ୍ରତିଶୃତିକୁ ରକ୍ଷା କରିବା ପାଇଁ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ମତପ୍ରକାଶ କରିଥିଲେ । ପାଲଲହଡା ଉପଖଣ୍ଡ ଓ ତାଳଚେର ଉପଖଣ୍ଡକୁ ନେଇ ସ୍ୱତନ୍ତ୍ର ଭାବରେ ଜିଲ୍ଲା ଘୋଷଣା କରାଗଲେ ଉଭୟ ଉପଖଣ୍ଡ ଉପକୃତ ହୋଇପାରିବେ ।
ତାଳଚେରରେ ଖଣି, କାରଖାନା, ପ୍ରାକୃତିକ ଖଣିଜ ସଂପଦ ପରିପୂର୍ଣ୍ଣ ରହିଥିବାବେଳେ ତାଳଚେରରୁ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ୱ ପାଉଛନ୍ତି । ତାଳଚେର ଅଂଚଳରେ ଯେଉଁପରି ଭାବରେ ବିକାଶ ହେବା କଥା ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରି ତାଳଚେରବାସୀଙ୍କର ଦୀର୍ଘ ଦିନର ସ୍ୱପ୍ନକୁ ସାକାର କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବୀ କରାଯାଇଛି । ଆଗାମୀ ଦିନରେ ଦାବୀ ପୂରଣ ନହେଲେ ଗଣଆନ୍ଦୋଳନ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକରେ ନିଷ୍ପତି ନିଆଯାଇଛି ।
ଏହି ଉପଲକ୍ଷେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଶୋଭାଯାତ୍ରା କରି ସହର ପରିକ୍ରମା କରାଯାଇଥିଲା । ଆଜିର ଏହି ପ୍ରସ୍ତୁତି ବୈଠକ ଓ ଶୋଭାଯାତ୍ରାରେ ପଦ୍ମଚରଣ ସାମଲ, ଚୈତନ୍ୟ ପ୍ରଧାନ, ଜ୍ୟୋତିରଂଜନ ଦାସ, ମନୋଜ କୁମାର ପ୍ରଧାନ, କେଶବ ଭୂତିଆ, ହୃଷିକେଶ ଜେନା, ବିଭୁତି ଭୂଷଣ ପଟ୍ଟନାୟକ, ଡ. ରଶ୍ମୀରଂଜନ ମିଶ୍ର, ଦେବରଂଜନ ସାମଲ, ରଂଜିତ ମହାପାତ୍ର, ବିନୋଦ ଲାଲ୍, ପ୍ରେମାନନ୍ଦ ମହାନ୍ତି, ଗଗନ ବିହାରୀ ଦାସ, ଅଭୟ ପାଣି, ସରୋଜ କୁମାର ଧର, ପ୍ରଫୁଲ ପଟ୍ଟନାୟକ, ଜିନେସ୍ ସାହୁ, ଦେବାଶିଷ ପରିଡା, ସୁକାନ୍ତ କୁମାର ଦାସ, ହିମାଂଶୁ ଶେଖର ପ୍ରଧାନ, ଦୁର୍ଗା ଚରଣ ସାହୁ, ନରେଶ ଚନ୍ଦ୍ର ସାହୁ, ଡିଲେଶ୍ୱର ବେହେରା, ପଦ୍ମନାଭ ପ୍ରଧାନ, ଡ. ଦେବୀ ପ୍ରସାଦ ମିଶ୍ର, ଭୂପେନ୍ ଥମ୍ବ, ମାନସ ବାଇ, ଦୀପକ କୁମାର ସାହୁ, ବୀରବର ସାହୁ, ଅର୍ଜୁନ ଭୂତିଆ, ସଂଜୀବ ନାଏକ, ପ୍ରଦୀପ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
