ଘଟଗାଁ,15/11-କେନ୍ଦୁଝର ଜିଲ୍ଲା ଘଟଗାଁ ଅବକାରୀ ଥାନା ଅଧିକାରୀ ଗୋକୁଳ ଧର ଙ୍କ ନେତୃତ୍ୱରେ ଅବକାରୀ ବିଭାଗ ପକ୍ଷରୁ ଘଟଗାଁ ବ୍ଲକ ଅନ୍ତର୍ଗତ କଟରାବେଡା,ସାନମସିନାବିଲା,ଭୋଳବେଡା ଓ ଗୋପପୁର ଗ୍ରାମରେ ଚଢାଉ କରାଯାଇ ୫ଜଣ ଚୋରା ମଦବେପରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଧନୁର୍ଯ୍ୟୟ ହେମ୍ରମ,ବିରସିଂ ବିରୁଆ,ସନାତନ ମୁଣ୍ଡା,ଦୂତିକା ନାଏକ ଓ ତପସିନୀ ନାଏକ। ଏମାନଙ୍କ ଠାରୁ ମୋଟ ୫୮ଲିଟର ଦେଶୀ ମଦ ସହିତ ୨ଟି ସାଇକେଲ ଜବତ ହୋଇଛି। ଏହି ଚଢାଉ ରେ ଘଟଗାଁ ଅବକାରୀ ଥାନା ଅଧିକାରୀ ଗୋକୁଳ ଧର, ଏସାଇ ରଞ୍ଜନ କୁମାର ସାହୁ,କନେଷ୍ଟବଳ ଜତୀନ୍ଦ୍ର ମହାନ୍ତ, ରେବତୀ ସାହୁ ,ବଳଭଦ୍ର ରାଉତ ପ୍ରମୁଖ ସାମିଲ ଥିଲେ। ତେବେ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି।
