Odisha news

ଆୟୁର୍ବେଦ ରେ ପୁରୁଷ ମାନଙ୍କ ପାଇଁ ଦୁଗ୍ଧ ସହିତ ମିଶ୍ରି ସେବନ ଶରୀର ପାଇଁ ରାମବାଣ ସଦୃଶ

0

ଆୟୁର୍ବେଦ ଅନୁସାରେ ଦୁଗ୍ଧ ଓ ମିଶ୍ରି ଉଭୟ ସ୍ୱାସ୍ଥ୍ୟ ପାଇଁ ହିତକର l ଯଦି ଏହି ୨ଟି ଜିନିଷକୁ ମିଳିତ ଭାବରେ ସେବନ କରାଯାଏ ତେବେ ଶରୀରକୁ ଚମତ୍କାର ଲାଭ ମିଳିଥାଏ l ଆସନ୍ତୁ ଆୟୁର୍ବେଦ ଅନୁସାରେ ରାମବାଣ କୁହା ଯାଉଥିବା ଦୁଗ୍ଧ ଓ ମିଶ୍ରି ର ଅଦ୍ଭୁତ ସ୍ୱାସ୍ଥ୍ୟଗତ ଲାଭ ବିଷୟରେ l

– ଦୁଗ୍ଧ ମିଶ୍ରି କୁ ମିଳିତ ଭାବରେ ସେବନ କରିବା ଦ୍ୱାରା ବଦହଜମି, ଡାଇରିଆ କିମ୍ବା ଏସିଡ଼ିଟି ଭଳି ପେଟ ଜନିତ ସମସ୍ୟା ହେବାର ଆଶଙ୍କା କମ ରହିଥାଏ l ମିଶ୍ରି ରେ ଥିବା ଡ଼ାଈଜେଷ୍ଟିଭ ଗୁଣ ପେଟ ଜନିତ ସମସ୍ତ ସମସ୍ୟା ଠିକ କରିଥାଏ l ସେଥିପାଇଁ ଉପବାସ ବ୍ରତ ଇତ୍ୟାଦିରେ ଆମେ ମିଶ୍ରି ପାଣି ସେବନ କରିଥାଉ l

– ଦୁଗ୍ଧ ଓ ମିଶ୍ରି ମିଳିତ ଭାବରେ ସେବନ କରିବା ପୁରୁଷ ମାନଙ୍କ ପାଇଁ ଲାଭକାରୀ l ଏହାଦ୍ୱାରା ପୁରୁଷ ମାନଙ୍କ ଯୌନ ଦୁର୍ବଳତା କମ ହୋଇଥାଏ l ଏହାକୁ ସେବନ କରିବା ଦ୍ୱାରା ପୁରୁଷ ମାନେ ପ୍ରାକୃତିକ ଭାବରେ ଉର୍ଜା ପାଇ ଥାଆନ୍ତି ଓ ତାଙ୍କର ଶାରୀରିକ ଥକାପଣ ଦୂର ହୋଇଥାଏ l ଏହି ସମସ୍ୟା ରେ ଗତି କରୁଥିବା ପୁରୁଷ ମାନେ ନିୟମିତ ମିଶ୍ରି ସହିତ ଦୁଗ୍ଧ ସେବନ କରିବା ଆବଶ୍ୟକ l

– ବେଳେବେଳେ ଆମର ଶୋଇବା ରେ ବିଭିନ୍ନ ଅସୁବିଧା ହୋଇଥାଏ, ଯାହାର ମୁଖ୍ୟ କାରଣ ରହିଥାଏ ଥକାପଣ ଓ ମାନସିକ ଚିନ୍ତା l ଯଦି ଆମେ ନିୟମିତ ରାତିରେ ଉଷୁମ ଦୁଗ୍ଧ ସହିତ ମିଶ୍ରି ମିଶାଇ ସେବନ କରିବା ତେବେ ମାନସିକ ଚିନ୍ତାରୁ ଆରାମ ମିଳି ଭଲ ନିଦ ହୋଇଥାଏ l

– ଶରୀରରେ ରକ୍ତ ହୀନତାର କାରଣ ଏନିମିଆ ର କାରଣ ହୋଇଥାଏ l ମିଶ୍ରି ରେ ଥିବା ପୋଷାକ ତତ୍ୱ ଶରୀରରେ ହିମୋଗ୍ଲୋବିନ ବୃଦ୍ଧି କରିଥାଏ , ଯାହାଦ୍ୱାରା ଏନିମିଆ ସମସ୍ୟା ଦୂର ହୋଇଥାଏ l

– ମିଶ୍ରି ରେ ଥିବା ତତ୍ୱ ମାନସିକ ଚାପ କୁ କମାଇଥାଏ ଓ ତା ସହିତ ମନକୁ ସ୍ଥିର କରିବାରେ ସାହାଯ୍ୟ କରେ l ଦୁଗ୍ଧ ଓ ମିଶ୍ରି ନର୍ଭସ ସିଷ୍ଟମ ଉପରେ ଭଲ ପ୍ରଭାବ ପକାଇଥାଏ l ଏହାଦ୍ୱାରା ଡିପ୍ରେସନ ଓ ଷ୍ଟ୍ରେସ ଦୂର ହୋଇଥାଏ l

– ଥକା ପଣ  ଅନୁଭବ କଲେ କିମ୍ବା ଦୁର୍ବଳ ଲାଗିବା ସମୟରେ ଆପଣ ମିଶ୍ରି ଓ ଦୁଗ୍ଧ କୁ ଥଣ୍ଡା ଥଣ୍ଡା ସେବନ କଲେ ଆରାମ ଲାଗିଥାଏ l ଦୁଗ୍ଧ ଓ ମିଶ୍ରି ୨ଟି ଜିନିଷ ଶରୀରକୁ ଶକ୍ତି ଯୋଗାଇବାରେ ଭଲ ବିକଳ୍ପ ଅଟେ l  ଏହାକୁ ସେବନ କଲେ ଶରୀର ଅଦ୍ଭୁତ ପ୍ରକାରର ଲାଭ ପାଇଥାଏ l

Leave A Reply