ବାରିପଦା : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନ ବିଭାଗ ଅଧିନ ରାଢୋ ଗ୍ରାମରେ ଜଣେ ବ୍ୟକ୍ତିଙ୍କ କୁକୁଡା ଫାର୍ମ ହାଉସରେ ଏକ ୮ ଫୁଟ ଲମ୍ବର ବିରାଟ ଅଜଗର ସାପ ପଶି କୁକୁଡାଙ୍କୁ ମାରି ଖାଉଥିବାବେଳେ ଫାର୍ମ ହାଉସ ମାଲିକ ଏହା ଦେଖି ୱାଇଲ୍ଡ ଲାଇଫକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆର ସଦସ୍ୟ ପହଞ୍ଚି ଅଜଗର ସାପକୁ ଉଦ୍ଧାର କରିଛନ୍ତି । ସୂଚନାନୁଯାୟୀ, ଅଜଗର ସାପଟି ଫାର୍ମ ହାଉସ ଭିତରେ ୩ରୁ ଅଧିକ କୁକୁଡାକୁ ମାରି ଦେଇଥିବାବେଳେ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସାପଟିର ଲମ୍ବ ୮ଫୁଟ ହୋଇଥିବାବେଳେ ଓଜନ ୭କିଲୋରୁ ଅଧିକ ହୋଇଥିବା ଜଣାଯାଇଛି । ଉଦ୍ଧାର ସାପକୁ ଅକ୍ଷତ ଅବସ୍ଥାରେ ଜଙ୍ଗଲରେ ଛାଡି ଦିଆଯାଇଛି ।
