ବାରିପଦା : ବାରିପଦା ଷ୍ଟାଡିୟମ ପଡିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୧୭ବର୍ଷରୁ କମ୍ ବାଳକ/ବାଳିକା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଷଷ୍ଠଦିନ ବାଳକ ବିଭାଗର ପ୍ରଥମ ସେମିଫାଇନାଲରେ ଖୁଣ୍ଟା ବାରିପଦାକୁ ୧-୦ ଓ ଦ୍ୱିତୀୟ ସେମିରେ ଶୁଳିଆପଦା ବିଜାତଳାକୁ ୩-୦ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ସେହିପରି ବାଳିକା ବିଭାଗର ପ୍ରଥମ ସେମିଫାଇନାଲରେ କୁସୁମୀ କୁଳିଅଣାକୁ ୨-୦ ଓ ଦ୍ୱିତୀୟ ସେମିରେ ବାରିପଦା ରରୁଆଁକୁ ୨-୧ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଆଜିର ଖେଳକୁ ଯଶୋବନ୍ତ ମହାନ୍ତ, ବିଶ୍ୱନାଥ ଦାସ, ଅସିତ ବରୁଣ ପାଲ, ସିଲି ମାଝୀ, ଦିଲ୍ଲୀପ କୁମାର ସେନାପତି, କାପୁରା ମାଝୀ, ନିରଞ୍ଜନ ସିଂ ଦେଓ ସାଚେନ, ରଘୁ ହାଁସଦା, ସାଗେନ ମାଝୀ, ଜଗଜିତ ମାଝୀ ଓ ସୁଧା ରଞ୍ଜନ ମହାକୁଡ ପରିଚାଳନା କରିଥିଲେ । ବରିଷ୍ଠ କ୍ରୀଡାବିତ୍ ଅମୂଲ୍ୟ ମିଶ୍ର, କୁମାର ରଞ୍ଜନ ପଣ୍ଡା, ନନ୍ଦଲାଲ ମହାପାତ୍ର, ମଣ୍ଟୁ ଦା, ହରିଶ ଚନ୍ଦ୍ର ଷଢଙ୍ଗୀ, ବିନୋଦ ରାମ, ବଡସାହି ବ୍ଲକ ସ୍ପୋର୍ଟସ ଏସୋସିଏସନର ସଦସ୍ୟା ପ୍ରଧାନ ଶିକ୍ଷୟତ୍ରୀ ପାର୍ବତୀ ମୁର୍ମୁ, ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ସୁଦର୍ଶନ ପଣ୍ଡା ତଥା ମୟୂରଭଞ୍ଜ ଏଥଲେଟିକ ଆସୋସିଏସନର ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ପ୍ରସନ୍ନଜିତ ମହାନ୍ତି, ଅମ୍ବିକା ରାଉତ ତଥା ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ମଲ୍ଲିକ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ଶିକ୍ଷକ ଦୀପକ ରାମ ଓ ପ୍ରଦୀପ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଦୁର୍ଗା ଚରଣ ମହାନ୍ତ ଧାରା ବିବରଣୀ ଦେଇଥିଲେ ।
