କୋଣାର୍କ – କୋଣାର୍କ – ଗୋପ ପୂର୍ତ୍ତବିଭାଗ ରାସ୍ତା ତଥା ୩୧୬ରାଜ୍ଯ ରାଜପଥ ରାସ୍ତା ନିର୍ମାଣ ହେବାର ଏକ ବର୍ଷ ନ ପୂରୁଣୁ ରାସ୍ତାରେ ବିରାଟକାୟ ଗାତ ସୃଷ୍ଟି ହେବା ଯୋଗୁଁ ରାସ୍ତା ଗମନାଗମନ ପାଇଁ ଅନୁପଯୁକ୍ତ ହୋଇପଡିବା ସହ ମରଣାଯନ୍ତା ପାଲଟିଛି। କୋଣାର୍କ – ଗୋପ ପୂର୍ତ୍ତବିଭାଗ ରାସ୍ତା ମରାମତି ହେବାର ଏକ ବର୍ଷ ହେଲାଣି। ମାତ୍ର ଏହି କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଗମନାଗମନ ପାଇଁ ଅନୁପଯୁକ୍ତ। ଏହି ରାସ୍ତାର କୋଣାର୍କ ଥାନା ଛକ ଓ କୋଣାର୍କ ଉଚ୍ଚ ବିଦ୍ୟାଳୟ ସନ୍ନିକଟ ରାସ୍ତା ଏବଂ ମାଧପୁର ଛକ ରାସ୍ତାରେ ବିଶାଳକାୟ ଗାତ ସୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ଚଳାଚଳ କରୁଥିବା ଶତାଧିକ ଗାଡି ଓ ଦୁଇଚକିଆ ଯାନ ଏହି ରାସ୍ତାର ଦୁରାବସ୍ଥା ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି। ବିଗତ ଦିନରେ ଏହି ରାସ୍ତାରେ ଜଣେ ମହିଳା ଦୁର୍ଘଟଣା ଗସ୍ତ ହୋଇ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଶତାଧିକ ବ୍ୟକ୍ତି ଓ ପର୍ଯ୍ୟଟକ ମାନଙ୍କ ଗାଡି ଏହି ରାସ୍ତା ଉପରେ ଦୁର୍ଘଟଣା ଗ୍ରସ୍ତ ହେଉଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ମରାମତି ଉପରେ ଗୋପ ପୂର୍ତ୍ତବିଭାଗକୁ ଅଭିଯୋଗ ହେଲେ ମଧ୍ୟ କୌଣସ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏହି ରାସ୍ତା ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପୁରୀ ଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୋଣାର୍କ ଅଞ୍ଚଳ ବାସୀ ଓ ଜନସାଧାରଣ ଦାବି କରିଛନ୍ତି। ରାଜ୍ୟ ରାଜପଥ ପ୍ରାଧିକରଣ କତୃପକ୍ଷ ସାମ୍ପ୍ରତିକ ପରିସ୍ଥିତିରେ ନିର୍ମାଣଧୀନ ୬ଥାକିଆ ରାସ୍ତା ପ୍ରତି ଗୁରୁତ୍ବ ଆରୋପ କରୁଥିବା ବେଳେ ଏହି ରାସ୍ତାର ଦୁରାବସ୍ଥା ପ୍ରତି ଗୁରୁତ୍ବ ନ ପଛରେ ଅସଲ ରହସ୍ୟ କଣ ତାହା ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ବହୀନତା ନୀତି ପ୍ରତି ଅଂଗୁଳି ନିର୍ଦେଶ କରୁଛି।
