ବେତନଟୀ/ବୈଶିଙ୍ଗା : ମୟୂରଭଞ୍ଜ ବିଜେଡିର ଟାଣୁଆ ଯୁବ ନେତା ଡାକ୍ତର ଦେବାଶିଷ ମାରାଣ୍ଡିଙ୍କୁ ପୁନଃ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାୟିତ୍ଵ ଦେଇଥିବାରୁ ଜିଲ୍ଲାବାସୀ ଏଥିପାଇଁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପଦ ପାଇବା ପରେ ନିଜ ଗ୍ରାମ ବୈଶିଙ୍ଗା ଥାନା ଅଧୀନ କଦଳିଆକୁ ଆସିଥିବା ବେଳେ ଶନିବାର ଅପରାହ୍ନରେ ବୈଶିଙ୍ଗା ବିଜେଡି ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ପାଇଁ ବରିଷ୍ଠ ନେତା ରବିନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୈଶିଙ୍ଗା ସରପଞ୍ଚ ସାବିତ୍ରୀ ମୁର୍ମୁ, ସମିତି ସଭ୍ୟା ସରସ୍ଵତୀ ଦାସ,୩୬ନଂ ଜିଲ୍ଲା ପରିଷଦ ସଦସ୍ୟା ସବିତା ଦାସ, ବେତନଟୀ ବ୍ଲକ ଚେୟାରମ୍ୟାନ କୌଶଲ୍ୟା ମାଝୀ, ସନ୍ତରା ସରପଞ୍ଚ ଲକ୍ଷ୍ମୀପ୍ରିୟା ହାଁସଦା , ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁଶାନ୍ତ ବଳା,ବରିଷ୍ଠ ବିଜେଡି ନେତା ସଞ୍ଜୟ ପ୍ରଧାନ, ବୈଶିଙ୍ଗା ବିଜେଡି ସଭାପତି ରାମଚନ୍ଦ୍ର ପ୍ରଧାନଙ୍କ ସମେତ ଶାନ୍ତିଲତା ରାଉତଙ୍କ ଆହ୍ୱାନ କ୍ରମେ ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଯୋଗ ଦେଇଥିଲେ। ଉପସ୍ଥିତ ସମସ୍ତ ବିଜେଡି କର୍ମୀ ଡାକ୍ତର ମାରାଣ୍ଡିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
