ବାରିପଦା : ଝାରପୋଖରିଆ ସ୍ଥିତ ସରକାରୀ ୟୁଜି ହାଇସ୍କୁଲର ପ୍ରଧାନଶିକ୍ଷକ ଅମୂଲ୍ୟ କୁମ୍ଭକାରଙ୍କ ଝିଅ ମିତାଲି କୁମ୍ଭକାର ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୧୨୧ତମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।
ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୂବନେଶ୍ୱର ଅଧିନସ୍ଥ ଓଡିଶା କୃଷି ମହାବିଦ୍ୟାଳୟରେ ସେ ଏବେ ସ୍ନାତକୋତ୍ତର ଛାତ୍ରୀ । ତାଙ୍କର ସଫଳତା ପାଇଁ ବିଗତ ଦିନରେ ବିଶ୍ୱବିଦ୍ୟାଳୟ ତରଫରୁ ୪ମାସ ପାଇଁ ଆମେରିକା ପ୍ରଶିକ୍ଷଣରେ ଯାଇଥିଲେ । ତାଙ୍କ ମାତା ସନ୍ଧ୍ୟାରାଣୀ ବେହେରା ସ୍ୱାସ୍ଥ୍ୟବିଭାଗର ଜଣେ କର୍ମଚାରୀ । ମିତାଲିଙ୍କର ଏହି ସଫଳତା ପାଇଁ ବିଭିନ୍ନ ବର୍ଗରୁ ପ୍ରସଂଶାର ସୁଅ ଛୁଟିଛି । ପ୍ରଥମ ଥରର ପରୀକ୍ଷାରେ ଏହି ସଫଳତା ମିଳିଥିବାରୁ ସେ ଭବିଷ୍ୟତ ପାଇଁ ବେଶ୍ ଆଶାୟୀ ।
