Odisha news

ରଣା ସାପ କାମୁଡ଼ାରେ ସ୍ୱାମୀ ମୃତ, ପତ୍ନୀ ଗୁରୁତ୍ତର।

0
ବାଲିପାଟଣା ୧୩/୦୯: ବାଲିପାଟଣା ଥାନା ଅନ୍ତର୍ଗତ ବୋଧଖଣ୍ଡି ହରିଜନ ସାହିରେ ଏକ ରଣା ସାପ କାମୁଡ଼ାରେ ସ୍ୱାମୀସ୍ତ୍ରୀ
ଗୁରୁତ୍ତର ହୋଇଥିଲେ।ସେମାନଙ୍କୁ ପ୍ରଥମେ ମୁନିସପାଲଟି ମେଡିକାଲକୁ ନିଆ ଯାଇଥିଲା।ସେଠାରେ ଡାକ୍ତର ସ୍ୱାମୀଙ୍କୁ ମୃତ ଘୋଷଣା କରିଥିଲେ, ପତ୍ନୀର ଦେହ ଅଧିକ ଖରାପ ହେବାରୁ, ତାଙ୍କୁ ସଙ୍ଗେ ସଙ୍ଗେ ଏଏମ୍ସି ମେଡିକାଲ କୁ ଉତ୍ତମ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି।ସେମାନେ ହେଲେ।   ଚିତ୍ରସେନ ଭୋଇ          (୪୨ ) ଓ ପତ୍ନୀ ପ୍ରତିମା ଭୋଇ (୩୫ )।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଗତକାଲି ରାତିରେ ସ୍ୱାମିସ୍ତ୍ରୀ ଖାଇ ସାରିବା ପରେ ଶୋଇବାକୁ ଯାଇଥିଲେ।ବିଳମ୍ବିତ ରାତିରେ ଏକ ରଣା ସାପ ପ୍ରଥମେ ଚିତ୍ରସେନକୁ ଶୋଇବା ଅବସ୍ଥାରେ କାମୁଡି ଦେଇଥିଲା। କଣ କାମୁଡ଼ିଲା ବୋଲି ଚିତ୍ରସେନ ଉଠି ଖୋଜାଖୋଜି କରିବା ସମୟରେ ସାପଟି ପ୍ରତିମାଙ୍କୁ କାମୁଡି ଦେଇଥିଲା।ଘରର ଲାଇଟି ଜଳାଇ ଦେଖନ୍ତି ଯେ,ଏକ ବିଷାକ୍ତ ରଣା ସାପ ବୁଲୁଛି।ବିକଳରେ ପଡିସା ଲୋକଙ୍କୁ ଡାକ ପକାଇଥିଲେ।ପଡିସା ଘର ଲୋକେ ସ୍ୱାମିସ୍ତ୍ରୀଙ୍କୁ ମେଡିକାଲ ପଠାଇବା ପରେ ସାପଟିକୁ ଧରି ଏକ ପାତ୍ରରେ ରଖିଛନ୍ତି।ଚିତ୍ରସେନକୁ ବିଏମସି ମେଡିକାଲ କୁ ନେଇଯାଇଥିଲେ ।ସେଠାରେ ଚିକିତ୍ସା କରି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପତ୍ନୀର ଦେହ ଗୁରୁତ୍ତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଏଏମ୍ସି ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା, ସେଠାରେ ସେ ମଧ୍ୟ ମୃତୁ ସହ ସଂଗ୍ରାମ କରୁଥିବା ଜଣାପଡିଛି।ଚିତ୍ରସେନଙ୍କ ଘରେ ୯୦ ବର୍ଷର ଅସହାୟ ବୁଢ଼ୀ ମା,୧୭ ବର୍ଷର ଝିଅ ଓ ୯ ବର୍ଷର ପୁଅ ଏବେ ବେ-ସାହାରା ହୋଇ ଚିତ୍କାର କରି କାନ୍ଦୁଥିବାର ଦେଖି ଗାଁ ଲୋକେ ଧର୍ଯ୍ୟହରା ହୋଇପଡିଛନ୍ତି।ତୁରନ୍ତ ଉକ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Nalco
Leave A Reply