ବାଲିପାଟଣା ତା୧୩/୦୯ : ଆଜି ହଠାତ୍ ବାଲିପାଟଣା ଗ୍ରସ୍ତ କରିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ।ଅପରାହ୍ନ ପ୍ରାୟ ୫:୩୦ ସମୟରେ ଏହି ବ୍ଲକ ଅନ୍ତର୍ଗତ କୁରୁଞ୍ଜିପୂର ଗ୍ରାମ ପଞ୍ଚାୟତ ର ନିଶ୍ଚିନ୍ତପୁର ଗ୍ରାମରେ ସ୍ମୃତି ରଞ୍ଜନ ବାରିକ ଙ୍କ ଘରେ ଅତିଥି ହେବାକୁ ସେ ପହଞ୍ଚି ଥିଲେ। ଛ ମାସ ତଳେ ଝିଅ ଜନ୍ମ ଦିନ ସମ୍ପର୍କରେ ସେ ରାଜ୍ୟପାଳ ଙ୍କୁ କହିଥିଲେ।ସେତେବେଳେ ସେ କଥା ଦେଇଥିଲେ ଆଉ ଦିନେ ଘରକୁ ଯିବେ ବୋଲି କାରଣ ସେଦିନ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ଥିଲା।ପ୍ରତି ଦଶ ଦିନରେ ଥରେ ଯାଇ ଖିଅର କରୁଥିବା ବାରିକ ସ୍ମୃତି ରଞ୍ଜନ କୁ ଦେଇଥିବା କଥା ରକ୍ଷାକରି ଆଜି ତାଙ୍କ ଘରକୁ ଅତିଥି ହୋଇ ଆସିଥିଲେ ରାଜ୍ୟପାଳ।
ପରିବାର ଲୋକଙ୍କ ପାଦ ତଳେ ଲାଗୁ ନଥିଲା ଆଜି।ପୋଡପିଠା ଠାରୁ ଆରମ୍ଭ କରି ବିଭିନ୍ନ ପିଠା ଆଉ ଶୁଖିଲା ଖାଦ୍ୟ ଯତ୍ନରେ ବନାଇଥିଲେ ସାରା ପରିବାର ଲୋକ। ବିଭିନ୍ନ ଫଳ ମଧ୍ୟ ସଜାଇ ପ୍ଲେଟ ରେ ରଖିଥଲେ। ଦୁଆର ମୁହଁରେ ପିଢ଼ା ପାଣି ରଖି ଫୁଲ ଦିପଦାନି ଧରି ଅପେକ୍ଷା କରିବା ପରେ ଅତିଥି ପହଞ୍ଚି ଥିଲେ।ହୁଳହୁଳି ଶଙ୍ଖ ଧ୍ଵନି ପ୍ରକମ୍ପିତ ହୋଇଥିଲା ଗ୍ରାମ ଦାଣ୍ଡ।ଗ୍ରାମବାସୀ ଖୋଳ କରତାଳ ବଜାଇ ପାଛୋଟି ଆଣିଥଲେ ଗ୍ରାମର ମହାନ୍ ଅତିଥିଙ୍କୁ।ଘରେ ପ୍ରାୟ ୧୫ମିନିଟ ରହିବା ମଧ୍ୟରେ କୁନି ଝିଅ ଟିକୁ କୋଳରେ ବସାଇ ରାଜ୍ୟପାଳ ଆଶୀର୍ବାଦ କରିଥିଲେ।ସମସ୍ତଙ୍କ ସହିତ ଫୋଟୋ ଉଠାଇବା ପରେ ସମସ୍ତଙ୍କୁ ଆଶୀର୍ବାଦ କରି ସେ ବିଦାୟ ନେଇଥିଲେ। କମିଶନରେଟ ପୋଲିସ ପକ୍ଷରୁ ମହାମହିମ ଙ୍କ ଗ୍ରସ୍ତ ଦୃଷ୍ଟିରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
