Odisha news

ଯାତ୍ରୀବାହୀ ବସ୍ ସହ ବାଇକ୍ ମୁହାଁମୁହିଁ ଦୁର୍ଘଟଣା , ଜଣେ ମୃତ, ଜଣେ ଗୁରୁତର ।

0

ଭଞ୍ଜନଗର–ଯାତ୍ରୀବାହୀ ବସ୍ ସହ ବାଇକ୍ ମୁହାଁମୁହିଁ ଦୁର୍ଘଟଣା ଘଟି, ଜଣେ ବାଇକ୍ ଆରୋହୀ ର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଗାଁ ବଡନଦୀ ପୋଲ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ମୃତକ ଜଣକ ଗାଙ୍ଗପୁର ଥାନା ଅନ୍ତର୍ଗତ ଷଢଙ୍ଗିପଲ୍ଲୀ ନିକଟ ବାଲିଭାଗ ଗ୍ରାମର ପ୍ରଦୀପ ଗୈାଡ ଏବଂ ଆହତ ଜଣକ ମଧ୍ୟ ସେହି ଗାଁ ର ଶଶିଭୂଷଣ ଗୈାଡ । ଖବର ପାଇ ବେଲଗୁଣ୍ଠା ଅଗ୍ନିଶମ ବାହୀନି ଘଟଣାସ୍ଥଳରୁ ଦୁଇ ଆହତ ଙ୍କୁ ଉଧାର କରି ଭଂଜନଗର ମେଡିକାଲ ରେ ଭର୍ତି କରିଥିଲେ । ସେଠାରେ ଆହତ ପ୍ରଦୀପ କୁ , ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର ଆହତ ହୋଇଥିବା , ଶଶିଭୂଷଣ କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ବେଲଗୁଣ୍ଠା ଥାନା ପୋଲିସ ପହଞ୍ଚି ମୃତଦେହ କୁ ଜବତ କରିବା ସହ , ଘଟଣାର ତଦନ୍ତ ଚଳାଇଛି । ଖବର ପ୍ରକାରେ , ପ୍ରଦୀପ ଏବଂ ଶଶିଭୂଷଣ ବାଇକ୍ ରେ ତନରଡା ରୁ ଭଂଜନଗର ଅଭିମୁଖେ ଯାଉଥିଲେ । ବିପରୀତ ଦିଗରୁ ଅର୍ଥାତ୍ , ଭଂଜନଗର ରୁ ବୁଗୁଡ଼ା ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ସହ ଧକା ହୋଇଥିଲା । ଘଟଣା ସ୍ଥଳରେ ବାଇକ୍ ଟି ବସ୍ ତଳେ ଚାପି ହାଇଯାଇଥିଲା । ସୂଚନା ପ୍ରକାରେ ମୃତ ପ୍ରଦୀପ , ବାହାର ରାଜ୍ୟରେ ରହି କାମ କରୁଥିବା ବେଳେ , ଗଲା କିଛିଦିନ  ହେଲା ସେ ଗାଁ କୁ ଆସିଥିଲେ ।

Nalco
Leave A Reply