Odisha news

ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦ୍ଵାରା ଡେଙ୍ଗୁ ସଚେତନତା ।

0
ବାଲିପାଟଣା ୧୨/୦୯ : ପ୍ରଳୟଙ୍କରୀ ବନ୍ୟା ଛାଡିବା ପରେ ପରେ ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରକାର ରୋଗ ସଂକ୍ରମଣ ହେବାରେ ଲାଗିଛି।ଏଇ କିଛିଦିନ ହେବ ବାଲିପାଟଣା ବ୍ଲକ ଅନ୍ତର୍ଗତ ତୁରିନ୍ତିରା ଗ୍ରାମପଞ୍ଚାୟତର  ଲୋକମାନେ ପ୍ରଥମେ ସାଧାରଣ ଥଣ୍ଡା ଜ୍ବରରେ ଆକ୍ରାନ୍ତ ହେଉଥିବା ବେଳେ  ସେହି ଜ୍ୱର କ୍ରମେ ଡେଙ୍ଗୁ ଜ୍ୱର ବୋଲି ଜଣାପଡିଛି।ଏହାର ଆଖପାଖ ଅଞ୍ଚଳରେ ଡେଙ୍ଗୁ ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ପଞ୍ଚାୟତ ର ଦୋରବାଙ୍ଗ ଗ୍ରାମ ରୁ ପ୍ରଥମେ ପାଞ୍ଚ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହେବା ପରେ ଏହି ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇପଡିଥିଲେ।ସ୍ଥାନୀୟ ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରି ମେଡିସିନୀ ଖାଇବାରୁ ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ଏବେବି ଜଣେ ଛୋଟପିଲା ଗୁରୁତର ଅବସ୍ଥାରେ  ଚିକିତ୍ସିତ ହେଉଥିବା ଜଣାପଡିଛି ।
ତୁରିନ୍ତିରା ଗ୍ରାମପଞ୍ଚାୟତ ସରପଞ୍ଚ ମିତାରାଣି ମଲ୍ଲିକ ଙ୍କ ସମେତ ଆଉ ଦୁଇ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣା ପଡ଼ିଛି । ଏବେ ବି ଦୋରବାଙ୍ଗ, ନରଦା ଏବଂ ତୁରିନ୍ତିରା ଗ୍ରାମର କେତେକ ବ୍ୟକ୍ତି ଜ୍ଵର ରେ ଆକ୍ରାନ୍ତ ଥିବା ସୂଚନା ମିଳିଛି । ସେମାନଙ୍କର ଠିକ ଭାବେ ଚିକିତ୍ସା ନ ହେବାରୁ ଅଧିକ ଗୁରୁତର ହେଉଥିବା ଜଣାପଡିଛି । ଖବର ପାଇବା ମାତ୍ରେ ବାଲିପାଟଣା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀକାନ୍ତ କୁମାର ବେହେରା  ଆବଶ୍ୟକୀୟ ପଦକ୍ଷେପ ସ୍ୱରୂପ ଏକ ଟିମ୍ ଗଠନ କରି ସଂକ୍ରମିତ ଅଞ୍ଚଳରେ ଲୋକମାନଙ୍କୁ ସଚେତନ କରିବା ସହିତ ଔଷଧପତ୍ର ବଣ୍ଟନ କରିଛନ୍ତି  । ଏଥିସହିତ ଗ୍ରାମରେ ସ୍ବଚ୍ଛତା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି । ଏହି ସବୁ ଅଞ୍ଚଳରେ ଡେଙ୍ଗୁ ବ୍ୟାପକ ହେଉଥିବାରୁ ଲୋକମାନେ ମଶାରୀ ବ୍ୟବହାର କରିବା ସହିତ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ପରାମର୍ଶ ଦେଇଛନ୍ତି ।
ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ  ଙ୍କ ନିର୍ଦ୍ଦେଶରେ  ଏକ ୩ଜଣିଆ ଟିମ ଗ୍ରାମାଞ୍ଚଳରେ ବୁଲି ବୁଲି ଚିକିତ୍ସା କରିବା ସହ ରୋଗୀମାନଙ୍କୁ ସଚେତନତା କରିଥିଲେ।ଏଥିସହିତ ବାଲିପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ନିର୍ଦ୍ଦେଶରେ ତାଙ୍କର ଗୋଟିଏ ୬ ଜଣିଆ ଟିମ ଡା ସତ୍ୟନାରାୟଣ ଦାଶ, ଡା ଶୁଭଶ୍ରୀ ପଣ୍ଡା, ଏସ ଏନ ଶୁଭସ୍ମିତା ଜେନା, ସ୍ୱାସ୍ଥ୍ୟ  କ୍ଷେତ୍ରପରିଚାଳକ କ୍ଷେତ୍ରମୋହନ ବେହେରା, ଏ ଏନ ଏମ ଦୀପ୍ତିରାଣୀ ପାଲ, ସିଏଚଓ ମିତ୍ରଭାନୁ ବେହେରା ପ୍ରମୁଖ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକୀୟ ମେଡିସିନି ପ୍ରଦାନ କରିଥିଲେ। ହ୍ୟାଲୋଜିନ ବଟିକା, ବିଚିଙ୍ଗ ପାଉଡର, ଛିଞ୍ଚନ କରିଥିଲେ।ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଡାକ୍ତରୀ ଦଳ ପ୍ରତିଦିନ ଗ୍ରାମର ରୋଗୀଙ୍କୁ ଆବଶ୍ୟକୀୟ ସେବା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।
Nalco
Leave A Reply