Odisha news

ଆଜିକାଲି ଡିପ୍ରେସନ ର ଶିକାର ହେଉଛନ୍ତି ଅଧିକ ଯୁବପିଢ଼ି, ଡିପ୍ରେସନ ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ

0

ଡିପ୍ରେସନ ଗୋଟିଏ ଏଭଳି ସ୍ଥିତି ଅଟେ, ଯାହାଦ୍ୱାରା ଗ୍ରସିତ ବ୍ୟକ୍ତି ନିଜକୁ ଅନ୍ୟମାନଙ୍କ ଠାରୁ ଦୂରେଇ ରଖିଥାଏ l ଏପରି ସ୍ଥିତିରେ ଆପଣଙ୍କୁ କୌଣସି ଏଭଳି ବ୍ୟକ୍ତି ମିଳିବା ଜରୁରୀ ଯିଏକି ଆପଣଙ୍କୁ ଏହି ସ୍ଥିତିରୁ ବାହାର କରିପାରିବ l ଯଦିବି ଆପଣ ଏଭଳି କୌଣସି ସାଥି ପାଉ ନାହାନ୍ତି ତେବେ ବେସ୍ତ ହେବା ଜରୁରୀ ନାହିଁ l ଗବେଷଣା କହୁଛି ମଣିଷ ନିଜେ ଚେଷ୍ଟା କଲେ ନିଜକୁ ଏହି ଡିପ୍ରେସନ ରୁ ବାହାର କରିପାରିବ l

ଗବେଷକଙ୍କ ମତରେ ଏଭଳି କିଛି ଟିପ୍ସ ରହିଛି ଯାହା ମଣିଷକୁ ଡିପ୍ରେସନ ରୁ ବାହାର କରିବାରେ ସଫଳ ହୋଇଥାଏ –

– ଯଦି ଆପଣ ଏକୁଟିଆ ରହୁଛନ୍ତି ତେବେ ଡିପ୍ରେସନ କୁ ଭୟ କରନ୍ତୁ ନାହିଁ, ବରଂ ତାକୁ ହରାଇବାକୁ ଚେଷ୍ଟା କରନ୍ତୁ l କାହିଁକି ନା ଏଭଳି କୌଣସି କାମ ନାହିଁ ଯାହାକୁ ଆପଣ କରି ପାରିବେ ନାହିଁ l ସର୍ବଦା ମନରେ ସକାରାତ୍ମକ ଉର୍ଜା ରଖି ଦିଅନ୍ତୁ l

– ଡିପ୍ରେସନ ରୁ ବାହାରିବାର ଉପାୟ ହେଲା ମେଡ଼ିଟେସନ, ଏହା ଗୋଟିଏ ଭଲ ମାଧ୍ୟମ l ମେଡ଼ିଟେସନ କରିବା ଦ୍ୱାରା ମୁଣ୍ଡରୁ ନକାରାତ୍ମକ ବିଚାର ବାହାରି ଯାଇଥାଏ l ଏହି କାରଣରୁ ଆପଣ ନିଜକୁ ଏକୁଟିଆ ଭାବିବେ ନାହିଁ l ଏହା ଛଡା ଆପଣଙ୍କୁ ଡିପ୍ରେସନ ରୁ ବାହାରିବାରେ ସାହାଯ୍ୟ ମିଳିଥାଏ l

– ଗବେଷଣା କହୁଛି ଡିପ୍ରେସନ ରୁ ବାହାରିବାରେ ସାହାଯ୍ୟ କରିଥାନ୍ତି ଗଛଲତା, ତେଣୁ ପ୍ରକୃତିକୁ ଭଲ ପାଇବା ନିହାତି ଜରୁରୀ l ପ୍ରକୃତି ସହିତ ସମ୍ପର୍କ ରଖିଲେ ମନ ଶାନ୍ତ ରହିଥାଏ l ମନରେ ସହନଶୀଳତା ବୃଦ୍ଧି ପାଇଥାଏ l ଡିପ୍ରେସନ ସ୍ଥିତି ରୁ ନିଜକୁ ବାହାର କରିବା ପାଇଁ ବଗିଚାରେ ଗଛ ପତ୍ରର ଯତ୍ନ ନିଅନ୍ତୁ ଯାହା ଆପଣଙ୍କୁ ଖୁସି ଦେବ l

– ଡିପ୍ରେସନ ରୁ ବାହାର କରିବାରେ ସାହାଯ୍ୟ କରିଥାଏ ବ୍ୟାୟାମ l ଏହାଦ୍ୱାରା ହାପି ହର୍ମୋନ ରିଲିଜ ହୋଇଥାଏ , ଯାହା ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିଥାଏ l ଏହାଦ୍ୱାରା ଆପଣ ଧୀରେ ଧୀରେ ଡିପ୍ରେସନ ରୁ ବାହାରି ପାରିବେ l

– ଗବେଷଣା କହୁଛି ଡିପ୍ରେସନରୁ ବାହାରିବାରେ ସାହାଯ୍ୟ କରିଥାଏ ଗୀତ ନାଚ l ମନର ଉତେଜନା ବାହାର କରିବା ସହିତ ମାନସିକ ଚାପ ଦୂର କରିଥାଏ ନାଚ ଗୀତ l ତେଣୁ ଡିପ୍ରେସନ ଦେଇ ଗତି କରୁଥିବା ବ୍ୟକ୍ତିମାନେ ଏହି ଉପାୟକୁ ଗ୍ରହଣ କରନ୍ତୁ l

Nalco
Leave A Reply