ହିନ୍ଦୁଧର୍ମ ରେ ପିତୃ ପକ୍ଷ ର ଖୁବ ମହତ୍ୱ ରହିଛି l ମାନ୍ୟତା ରହିଛି ଯେ ଏହି ୧୫ ଦିନ ପର୍ଯ୍ୟନ୍ତ ପିତୃ ପୁରୁଷ ପୃଥିବୀ ପୃଷ୍ଠକୁ ଆସି ଥାଆନ୍ତି ଏବଂ ନିଜ ପରିଜନ ମାନଙ୍କ ମଧ୍ୟରେ ରହି ଅନ୍ନ, ଜଳ ଗ୍ରହଣ କରି ଥାଆନ୍ତି l ନିଜର ସେବା ଦ୍ୱାରା ପ୍ରସନ୍ନ ହୋଇ ନିଜ ବଂଶଜ ଙ୍କୁ ସୁଖ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରି ଥାଆନ୍ତି l ପିତୃପକ୍ଷର ସମାପନ ଅଶ୍ଵିନମାସ ର ଅମାବାସ୍ୟା ତିଥିରେ ହୋଇଥାଏ l ଏହାକୁ ସର୍ବପିତୃ ଅମାବାସ୍ୟା କିମ୍ବା ପିତୃ ବିସର୍ଜନୀ ଅମାବାସ୍ୟା ମଧ୍ୟ କୁହାଯାଏ l ଏହିଦିନ ପିତୃ ପୁରୁଷଙ୍କୁ ବିଶେଷ ଭାବରେ ବିଦାୟ ଦିଆଯାଇ ଥାଏ l ଚଳିତ ବର୍ଷ ପିତୃ ପକ୍ଷ ସେପ୍ଟେମ୍ବର ୧୦ ତାରିଖରେ ଆରମ୍ଭ ହୋଇ ସେପ୍ଟେମ୍ବର ୨୫ ତାରିଖରେ ସମାପନ ହେଉଛି l ପିତୃ ପୁରୁଷଙ୍କ ଆଶୀର୍ବାଦ ସର୍ବଦା ଲାଭ କରିବା ପାଇଁ କିଛିଟା ଉପାୟ ଗ୍ରହଣ କରିବା ଆବଶ୍ୟକ l
ପିତୃ ଅମାବାସ୍ୟା ଦିନ କରନ୍ତୁ ଏହି କାର୍ଯ୍ୟ -:
– ପିତୃ ପୁରୁଷଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ପିତୃ ଅମାବାସ୍ୟା ଦିନ ବ୍ରାହ୍ମଣ ଙ୍କୁ ଆଦର ସହକାରେ ଭୋଜନ କରାନ୍ତୁ l
– ଏହି ଦିନରେ ଗାଈ, କୁକୁର ଓ କାଉ ଙ୍କୁ ଭୋଜନ କରାଇବା ଦ୍ୱାରା ପିତୃପକ୍ଷ ସନ୍ତୁଷ୍ଟ ହୋଇ ଥାଆନ୍ତି l
– ଏହିଦିନ ପିମ୍ପୁଡି ଙ୍କୁ ଚିନି ଅଟା ଏବଂ ଗାଈଙ୍କୁ ସବୁଜ ଘାସ ଖାଇବାକୁ ଦିଆଯାଇ ଥାଏ , ଯାହାଦ୍ୱାରା କଷ୍ଟରୁ ମୁକ୍ତି ମିଳିଥାଏ l
– ପିତୃ ଅମାବାସ୍ୟା ଦିନ ଗରିବଙ୍କୁ ଭୋଜନ କରାଇବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ l
ପିତୃ ଅମାବାସ୍ୟା ଦିନ ଏହି କାର୍ଯ୍ୟ କରନ୍ତୁ ନାହିଁ -:
– ପିତୃ ଅମାବାସ୍ୟା ଦିନ କୌଣସି ବ୍ରାହ୍ମଣ, ଦରିଦ୍ର, ଭୋକିଲା କୁ ଘର ଦୁଆରୁ ଖାଲି ହାତରେ ଫେରାଇ ଦେବା ଉଚିତ ନୁହେ l
– ଏହିଦିନ ଭୁଲ ରେ ମଧ୍ୟ ମାଂସ ମଦିରା ସେବନ କରିବା ଉଚିତ ନୁହେଁ , ଆପଣଙ୍କୁ ପିତୃ ଦୋଷ ଲାଗିବ ଓ ସଫଳତା ରେ ବାଧା ପ୍ରାପ୍ତ ହେବ l
– ଏହିଦିନ କେଶ ଓ ନଖ କାଟିବା ଉଚିତ ନୁହେଁ l ଏହାଦ୍ୱାରା ସଫଳତାରେ ବାଧକ ସୃଷ୍ଟି ହୋଇଥାଏ l
– ଏହିଦିନ କାହାରି ଅପମାନ କରନ୍ତୁ ନାହିଁ, ଗୁରୁଜନ ଙ୍କ ଆଶୀର୍ବାଦ ନିଅନ୍ତୁ l
