Odisha news

ଅବସରପ୍ରାପ୍ତ ବିଦ୍ୟାଳୟ ଅନୁପରିଦର୍ଶକଙ୍କ ପରଲୋକ

0

ସୋର-୧୭/୦୮ : ସୋର ଉତ୍ତରେଶ୍ୱର ବାସିନ୍ଦା ଅବସରପ୍ରାପ୍ତ ବିଦ୍ୟାଳୟ ଅନୁପରିଦର୍ଶକ କୈଳାସ ଚନ୍ଦ୍ର ଜେନାଙ୍କର ୮୪ ବର୍ଷ ବୟସରେ ଗତକାଲି ସନ୍ଧ୍ୟାରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ମୃତୁ୍ୟର ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଂଚଳର ବହୁ ଶିକ୍ଷାବିତ୍ ଓ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରବା ସହିତ ଶ୍ରଦ୍ଧାସୁମନ ଅର୍ପର୍ଣ କରିଥିଲେ । ତାଙ୍କ ମରଶରୀରକୁ ସ୍ୱର୍ଗରଥରେ ଶୋଭାଯାତ୍ରାରେ ନିଜ ପୈତୃକ ଗ୍ରାମ ଖଇରା ବ୍ଲକ କଇଥ ଗଢ଼ିଆକୁ ନିଆଯାଇଥିଲା । ସେଠାରୁ ସ୍ୱର୍ଗଦ୍ୱାରକୁ ନିଆଯାଇ ସଂସ୍କାର କରାଯାଇଥିଲା । ବ୍ୟଙ୍ଗ କବି ଅନାଦି ଚରଣ ଜେନାଙ୍କ ସାନ ଭାଇ ସ୍ୱର୍ଗତ ଜେନା ଖଇରା ହାଇସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ । ପରେ ସେ ବିଦ୍ୟାଳୟ ଅନୁପରିଦର୍ଶକ ଭାବେ ଅବସର ନେଇଥିଲେ । ସେ ବହୁ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡିତ ରହିବା ସହ ଗାଁ ମଜଲିସ୍ ସାହିତ୍ୟ ସଂସଦ ତରଫରୁ ଆଦର୍ଶ ଶିକ୍ଷକ ଭାବେ ସମ୍ବର୍ଦ୍ଧିତ ହୋଇଥିଲେ । ତାଙ୍କ ମୃତୁ୍ୟରେ ଗାଁ ମଜଲିସ୍ ସାହିତ୍ୟ ସଂସଦ ତରଫରୁ ସଭାପତି ଡ.ରମାକାନ୍ତ ବେହେରା , ସଂପାଦକ ଦେବେନ୍ଦ୍ର କୁମାର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ପୁଅ ଶାନ୍ତନୁ ଜେନା ମୁଖାଗ୍ନି ଦେଇଥିଲେ ।

Leave A Reply