Odisha news

ନୟାଗଡ଼ ଜିଲ୍ଲାରେ ବନ୍ୟା କୁ ନେଇ ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା, ୧୦୦ ରୁ ଅଧିକ ଗାଁ ପ୍ରଭାବିତ, ବାହ୍ୟ ଜଗତରୁ ବିଚ୍ଛିନ୍ନ ଲୋକଙ୍କ ପାଖରେ ପହଞ୍ଚି ପାରି ନାହିଁ ପ୍ରଶାସନ

0

ନୟାଗଡ଼ : ମହାନଦୀର ବନ୍ୟାଳଜ ପ୍ରବାହରେ ନୟାଗଡ଼ ଜିଲ୍ଲାରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମହାନଦୀ ଅବବାହୀକା ଗଣିଆଁ, ଖଣ୍ଡପଡ଼ା, ଭାପୁର ଆଦି ବ୍ଲକ ଅଞ୍ଚଳରେ ବନ୍ୟାଜଳ ପ୍ରଭାବରେ ୭୦ ରୁ ଅଧିକ ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି । ମହାନଦୀର ଶାଖା ନଦୀ ପ୍ରଭାବରେ ଦଶପଲ୍ଲା, ନୂଆଗାଁ, ଓଡ଼ଗାଁ, ରଣପୁର ଏବଂ ନୟାଗଡ଼ ବ୍ଲକ ଅଚଂଳର ୩୦ରୁ ଅଧିକ ଗାଁ ମଧ୍ୟ ବନ୍ୟା ପ୍ରଭାବିତ ହୋଇଛି । ମୋଟାମୋଟି ଚଳିତ ବନ୍ୟାରେ ଜିଲ୍ଲାର ୧୦୦ରୁ ଅଧିକ ଗାଁ ପ୍ରଭାବିତ ହୋଇ ଥିବା ବେଳେ ଦୀର୍ଘ ୪ଦିନ ଧରି ସଂପୂର୍ଣ୍ଣ ବନ୍ୟାଜଳ ଘେରରେ ରହିଥିବା ୧୫ରୁ ଅଧିକ ଗାଁର ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରିନାହିଁ । ଫଳରେ ପ୍ରଭାବିତଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇଥିବା ଖବର ମିଳିଛି ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଘୁଚାପ ବର୍ଷା ଏବଂ ମହାନଦୀ ଉପର ମୁଣ୍ଡରେ ଅତ୍ୟଧିକ ବର୍ଷାରେ ମହାନଦୀ ଓ ତାର ଶାଖା ତଥା ଉପନଦୀ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପରିସ୍ଥିତ ପ୍ରତି ସଜାଗ ରହିବାକୁ ସରକାର ଏବଂ ପାଣିପାଗ ବିଭାଗ ଆଗୁଆ ସୂଚନା ପ୍ରଦାନ କରିଛନ୍ତି । ସେତିକି ବେଳେ ମହାନଦୀ ବନ୍ୟାଜଳ ପ୍ରଭାବରେ ନୟାଗଡ଼ ଜିଲ୍ଲା ଗଣିଆଁ, ଖଣ୍ଡପଡ଼ା ଏବଂ ଭାପୁର ବ୍ଲକର ୭୦ରୁ ଅଧିକ ଗାଁ ବହୁଳ ପ୍ରଭାବିତ ହୋଇଛି । କଣ୍ଟିଲୋଠାରେ ମହାନଦୀର ବିପଦ ସଂକେତ ଜଳସ୍ତର ୪୭.୯୦ ମିଟର ରହିଥିବା ବେଳେ ଚଳିତ ବନ୍ୟାରେ ମହାନଦୀର ଜଳସ୍ତର ବିପଦ ସଂକେତ ଠାରୁ ପ୍ରାୟ ୧ମିଟର ଉଚ୍ଚରେ ପ୍ରବାହିତ ହୋଇଛି । ଫଳରେ ଗଣିଆଁ ବ୍ଲକର ରାସଙ୍ଗ ଠାରୁ କାଦୁଆ ଓ ଛାମୁଣ୍ଡିଆରୁ କୁତୁରି ପର୍ଯ୍ୟନ୍ତ ଦୀର୍ଘ ୨୦ କିଲୋମିଟର ରାସ୍ତରାରେ ୧୦ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହୋଇଛି । ଏହି କାରଣରୁ ରାସଙ୍ଗ, ଛାମୁଣ୍ଡିଆ ଏବଂ ବଡ଼ସିଲିଗାଂ ପଚାଂୟତର ୫୦ ରୁ ଅଧିକ ଗାଁ ଲୋକେ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଛନ୍ତି ।
ମହାନଦୀ ବନ୍ୟା ଜଳ ଘେରରେ ଗଣିଆଁ ବ୍ଲକର କୁତୁରୀ, ବଡ଼ମୂଳ, ବଡ଼ମୂଳ ମାଳିସାହି, ବେଠିଆସାହି, ମୁଦୁଲିଗାଡ଼ିଆ, ବେଣ୍ଟପଡ଼ା, ବେଣ୍ଟପଡ଼ା ମାଳିସାହି, କନ୍ଧଜିଲିଣ୍ଡା, ରାଇଗାଡ଼ିଆ, ମୋହନପଦା, ୱାଲିପୁର, ରାଉତପଡ଼ା ଏବଂ ପଥୁରିଆ ଆଦି ୧୫ରୁ ଅଧିକ ଗାଁ ସଂପୂର୍ଣ୍ଣ ବନ୍ୟାଜଳ ଘେରରେ ରହିଛି । ଏହି ସବୁ ଗାଁର ଲୋକେ ଦୀର୍ଘ ୪ ଦିନ ଧରି ଜଳବନ୍ଦି ରହିଛନ୍ତି । ବୁଧବାର ସନ୍ଧ୍ୟାସୁଧା ଉକ୍ତ ଜଳବନ୍ଦି ଗ୍ରାମର ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରି ନାହିଁ କି କିକୌଣସି ରିଲିଫ୍ ସାମଗ୍ରୀ ପହଂଚି ନଥିବା କେତେକ ଲୋକେ କହିଛନ୍ତି । ଚଳିତ ବନ୍ୟାରେ ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ, ଚୈତନପୁର, ରାକାସିଆ ଆଦି ଅନେକ ଗାଁ ମହାନଦୀ ର ଶାଖାନଦୀ କୁସୁମୀ ଓ କୁଆଁରିଆ ବନ୍ୟାଜଳ ପ୍ରଭାବରେ ପ୍ରବାଭିତ ହୋଇଛି । ଭାପୁର ବ୍ଲକର ମଣିପୁର ଗାଁ ଜଳବନ୍ଦି ରହିଛି । ମହାନଦୀ ଅବବାହିକା କରବର, ବଡ଼ବର, ଗୁଡ଼ୁପଡ଼ା ମାଣିତ୍ରୀ, ଝଗଡ଼ପଡ଼ା, କେନ୍ଦୁପଲ୍ଲୀ, ହନୁମନ୍ତପ୍ରସାଦ, ହେମନ୍ତପୁରପାଟ୍ଟଣା, ଟିକିରିପଡ଼ା ଆଦି ୧୦ରୁ ଅଧିକ ଗାଁରେ ବନ୍ୟାଜଳ ପ୍ରବେଶ କରିଛି ।
ମହାନଦୀର ଶାଖା କାଳିଗିରୀ ନଦୀରେ ମହାନଦୀର ଉଜାଣି ପାଣି ପ୍ରବେଶ କରି ମଣିପୁର ଗାଁ ସଂପୂର୍ଣ୍ଣ ଜଳବନ୍ଦି ହୋଇଛି । ଫତେଗଡ଼ କଳାପଥର ମୁଖ୍ୟ ରାସ୍ତାର କାଳିଗିରୀ ଶଙ୍ଖ ଉପରେ ୬ଫୁଟ ଉଚ୍ଚରେ ବନ୍ୟାଳଜ ପ୍ରବାହିତ ହୋଇଛି । ଫଳରେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି । ୧୯୮୨ ମସିହାରେ ଦେଖା ଯାଇଥିବା ବଡ଼ ଧରଣର ବନ୍ୟା ସହ ଚଳିତ ବନ୍ୟାରେ ମହାନଦୀ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହୋଇଥିବା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ବୁଧବାର ସନ୍ଧ୍ୟାରେ ବନ୍ୟା ଜଳସ୍ତର ଯଦିଓ କେତେକାଂଶ ରେ ହ୍ରାସ ପାଇଛି; ହେଲେ ହିରାକୁଦ ଡ୍ୟାମ ଖୋଲିଥିବା ଅତିରିକ୍ତ ୧୪ଟି ଗେଟ୍ ର ବନ୍ୟାଜଳ ନୟାଗଡ଼ ଜିଲ୍ଲା ଦେଇ ପ୍ରବାହିତ ହେବା ସମୟରେ ଜଳସ୍ତର ବଢ଼ିବା ଆଶଙ୍କା ଲୋକଙ୍କ ମନରେ ଭୟ ଜାତ କରିଛି । ଏଭଳି ସ୍ଥିତିରେ ଜିଲ୍ଲାର ବନ୍ୟା ଜଳବନ୍ଦି ଲୋକଙ୍କ ପାଖରେ ପ୍ରଶସନ କେତେ ସିଘ୍ର ପହଂଚି ରିଲିଫ ସାମଗ୍ରୀ, ଓøଷଧ ଏବଂ ଗୋଖାଦ୍ୟ ଆଦି ଯୋଗାଇ ପାରୁଛି ତାହା ସୁବୁ ଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗ ହେବ ।

 

Leave A Reply