ବେତନଟୀ/ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଭୋଳାଗଡିଆ ଗ୍ରାମ ରେ ଜନୈକା ନାବାଳିକା ଙ୍କୁ ଧମକ ଚମକ ଦେଇ ଦୁଷ୍କର୍ମ କରା ଯାଇଥିବା ଭଳି ଅଭାବନୀୟ ଘଟଣା ଘଟି ଯାଇଛି। ସୂଚନା ମୁତାବକ ଏହି ଗ୍ରାମର ଏକ ପରିବାରର ସ୍ଵାମୀ ଓ ସ୍ତ୍ରୀ ଚାଷ କାର୍ଯ୍ୟ ପାଇଁ କ୍ଷେତକୁ ଯାଇ ଥିବା ବେଳେ ଗତ ୧ ତାରିଖ ସୋମବାର ଦିନ ମଧ୍ୟାହ୍ନ ରେ ଘରେ କେହି ନଥିବା ସୁଯୋଗ ନେଇ ସେହି ଗ୍ରାମର ମଙ୍ଗୁଳୁ ସିଂ ନାମକ ଯୁବକ ଘରେ ପଶି ଭିତରୁ କବାଟ ବନ୍ଦ କରିଦେଇ ନାବାଳିକା ଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଥିଲେ ମଧ୍ୟ ରାଜି ନହେବାରୁ ଜୀବନରୁ ମାରିଦେବା ଧମକ ଦେଇ ଦୁଷ୍କର୍ମ କରିଥିଲେ।
ତେବେ ଅପରାହ୍ନ ରେ ମାଆ ବାପା କ୍ଷେତରୁ ଫେରିବା ପରେ କାନ୍ଦି କାନ୍ଦି ଝିଅ ସବୁକଥା ମାଆ ନିକଟରେ ପ୍ରକାଶ କରିଥିଲେ। ଘଟଣା ର ବିଚାର ପାଇଁ ଗ୍ରାମସଭାରେ ସବୁ ପ୍ରକାର ଉଦ୍ୟମ କରା ଯାଇଥିଲା। ହେଲେ ମଙ୍ଗୁଳୁ ଗ୍ରାମ ରୁ ଫେରାର ହୋଇ ଯାଇଥିବା ଯୋଗୁଁ ଆଜି ପିଡିତା ଙ୍କ ବାପା ଙ୍କ ଅଭିଯୋଗ ମିଳିବା ପରେ ବୈଶିଙ୍ଗା ଥାନା ରେ କେସ୍ ନଂ ୨୨୪ ରୁଜୁ କରାଯାଇ ଆଇ ଆଇ ସି ପ୍ରଭାଂଶୁ ଶେଖର ମିଶ୍ର ଙ୍କ ତତ୍ତ୍ଵାବଧାନରେ ଏସ୍ ଆଇ ସୁମନ୍ତ କୁମାର ସେଠୀ ଘଟଣା ର ତଦନ୍ତ ଚଳାଇଥିଲେ ହେଁ ଅଭିଯୁକ୍ତ ଗିରଫ ହୋଇ ପାରି ନାହିଁ।