Odisha news

ଜଳସେଚନ ବ୍ୟବସ୍ଥା ଥାଇ ମଧ୍ୟ ଚାଷିଙ୍କ ଜମିରେ ଜଳ ଅଭାବ : ବ୍ୟସ୍ତ ବିବ୍ରତ ହୋଇ ଚାଷି ହତାଶ

0
ବୁଗୁଡ଼ା /୦୨/୦୮ /- ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ନିକଟସ୍ଥ ଚିଲିଖମା ଗ୍ରାମରେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ଏକ କେନାଲର ସୁବିଧା ଥିଲେ ମଧ୍ୟ ଦୁଇ ପାଖ ମାଟି ଭୁଶୁଡି ଯିବା ଫଳରେ କେନାଲ ପୋତି ହୋଇ ଜଳସେଚନ ପକ୍ରିୟାରେ ବାଧା ସୃଷ୍ଟି ହୋଇ ଜଳ ଆଗକୁ ଯାଇପାରୁ ନାହିଁ l ଏହା ଦିନେ ଦୁଇ ଦିନର ସମସ୍ୟା ନୁହେଁ ବରଂ ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଯାଏ କିନ୍ତୁ ସ୍ଥାନୀୟ ପ୍ରଶାସନ ସବୁ ଜାଣି ଶୁଣି ନିରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି l ଯାହା ଫଳରେ ଗ୍ରାମବାସୀ ଆଜି ମିଳିତ ହୋଇ ଚାନ୍ଦା ଆଦାୟ କରି ଦୀର୍ଘ ୩00 ମିଟର ପର୍ଯ୍ୟନ୍ତ ପାଣିରୁ ମାଟିକି ଛାଣି ଉପରକୁ ଉଠାଇ ଥିଲେ ମଧ୍ୟ ଅବଶିଷ୍ଟ ପାଖାପାଖି ୮୦0 ମିଟର ଏବେ ଯାଇ ମାଟି ଉଦ୍ଧାର କରାଯାଇପାରି ନାହିଁ l ତେବେ ସ୍ଥାନୀୟ ଲୋକ ମାନେ ଉଚ୍ଚସ୍ତ ସରକାରୀ ଅଧିକାରୀଙ୍କୁ ଯଥାଶୀଘ୍ର କେନାଲ ରୁ ମାଟି ଉଦ୍ଧାର କାଟିବାକୁ ଅନୁରୋଧ କରିଛନ୍ତି l

Nalco
Leave A Reply