ଦିର୍ଘ ଦିନ ହେବ ଫେରାର ଥିବା ଫରେଷ୍ଟ କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ। ହାତୀ କଙ୍କାଳ ମିଳିବା ଘଟଣାରେ ସଂପୃକ୍ତ ନେଇ ହୋଇଥିଲା କୋର୍ଟ ରେ ଜାମିନ ବିହୀନ ପରୱନା ରୁଜୁ କରିଥିଲା ବନବିଭାଗ।
ଆଠଗଡ଼ ତା ୦୧-୦୮-୨୨ ଦିର୍ଘ ଦିନ ଧରି ଫେରାର ଥିବା ଫରେଷ୍ଟ ପ୍ରଦିପ କୁମାର ପରିଡ଼ା ( ବଗ) କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ। ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜ ରୁ ବହୁ ଚର୍ଚ୍ଚିତ ହାତୀ କଙ୍କାଳ ମିଳିବା ଘଟଣାରେ ଫେରାର ଥିବା ଫରେଷ୍ଟର ପ୍ରଦୀପ କୁମାର ପରିଡ଼ା ଙ୍କୁ ଆଠଗଡ଼ ବନ ବିଭାଗ ଗିରଫ କରିଛି।ଗତ ଜୁନ ମାସ ୨ ତାରିଖ,ରେ ବଡ଼ମ୍ବା ରେଞ୍ଜ ଗୋପପୁର ସେକ୍ସନ ରୁ ଗୋଟିଏ ଦନ୍ତାହାତୀ ର କଙ୍କାଳ ସ୍ଵତନ୍ତ୍ର ତଦନ୍ତକାରୀ ଦଳ ଜବତ କରିଥିଲା। ସେହିପରି ୩ ତାରିଖ ଦିନ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ଆଉ ଗୋଟିଏ ମାଈ ହାତୀ ର କଙ୍କାଳ ମଧ୍ୟ ସେହି ତଦନ୍ତକାରୀ ଦଳ ଜବତ କରିଥିଲା। ପୁଣି ୧୪ ତାରିଖ ଦିନ ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଜାଦଵ ଆଉ ଗୋଟିଏ ଦନ୍ତାହାତୀ ର କଙ୍କାଳ ସେହି ଅଞ୍ଚଳରୁ ଜବତ କରିବା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା।ଏ ବାବଦରେ ବିଭାଗୀୟ ତଦନ୍ତ କରାଯାଇ ଦୁଇ ଜଣ ଫରେଷ୍ଟ ଗାର୍ଡ ଚାରିଜଣ ହାତୀ ଜଗୁଆଳୀ ଏବଂ ଜଣେ ଜମି ମାଲିକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ତେବେ ବଡ଼ମ୍ବା ରେଞ୍ଜ ଦାୟିତ୍ବରେ ଥିବା ଫରେଷ୍ଟର ମନୋଜ କୁମାର ଦାସ ଏବଂ ଗୋପପୁର ସେକ୍ସନ ଦାଇତ୍ୱ ରେ ଥିବା ଫରେଷ୍ଟର ପ୍ରଦୀପ କୁମାର ପରିଡ଼ା ସେହି ଦିନଠାରୁ ଫେରାର ହୋଇ ଯାଇଥିଲେ। ସେମାନଙ୍କୁ ନିଲମ୍ବିତ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି କରା ଯାଇଥିଲା। ଆଜି ଫେରାର ଫରେଷ୍ଟର ପ୍ରଦୀପ କୁମାର ପରିଡ଼ା ହାଇକୋର୍ଟ ରୁ ଆଗୁଆ ଜାମିନ ଆଦେଶ ସହିତ ଖୁଣ୍ଟୁଣୀ ରେଞ୍ଜ ରେ ଜଏନ କରିବାକୁ ଗଲାବେଳେ ଆଠଗଡ଼ ବନବିଭାଗ ଖୁଣ୍ଟୁଣୀ ପୋଲିସ ସହାୟତାରେ ପ୍ରଦୀପ ଙ୍କୁ ଗିରଫ କରାଯାଇଛି ବୋଲି ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଜାଦଵ ସୂଚନା ଦେଇଛନ୍ତି। ଗିରଫ ପ୍ରଦୀପ ଜୁନ ମାସ ୨ ତାରିଖ ଦିନ ଘଟିଥିବା ମାମଲା ରେ ଜାମିନ ପାଇଥିବା ବେଳେ ଅନ୍ୟ ଦୁଇଟି ମାମଲା ରେ ତାଙ୍କୁ ଗିରଫ କରାଯାଇଛି ବୋଲି କୁହାଯାଇଛି। ତେବେ ଗିରଫ ଫରେଷ୍ଟର ପ୍ରଦୀପ କୁମାର ପରିଡ଼ା ଙ୍କୁ ରିମାଣ୍ଡରେ ଆଣି ହାତୀ ମୃତ୍ୟୁ ମାମଲା ରେ ଅଧିକ ତଥ୍ୟ ହାସଲ କରିବାକୁ ଯୋଜନା ହୋଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହିତ ଅନ୍ୟ ତମ ଫେରାର ଥିବା ଫରେଷ୍ଟ ମନୋଜ ଦାସ କୁ ଗିରଫ କେବେ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।