ଡାଇଜେସନ ସମସ୍ୟାକୁ ଦୂର କରିବା ସହ କୋଷ୍ଠ କାଠିନ୍ୟ ସମସ୍ୟା ମଧ୍ୟ ହୋଇଥାଏ ଦୂର, ଖାଇ ସାରିବା ପରେ ଆପଣାନ୍ତୁ ଏହି ଉପାୟ
– ନିୟମିତ ଜୁଆଣି ଖାଆନ୍ତୁ –
ଭୋଜନ କରିବା ପରେ ପ୍ରତିଦିନ ଗୋଟିଏ ଚାମଚ ରେ ଏକ ଚତୁର୍ଥାଂଶ ଜୁଆଣି ନେଇ ଚୋବାଇ ଖାଆନ୍ତୁ ଏହାପରେ ସାମାନ୍ୟ ଉଷୁମ ପାଣି ସେବନ କରନ୍ତୁ l ଏହାପରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ସାମାନ୍ୟ ଚାଲନ୍ତୁ l ଏହାପରେ ଗ୍ୟାସ ପାସ ହୋଇ ଆରାମ ଲାଗିବ l
– ପାନମଧୁରୀ ଓ ମିଶ୍ରି ସେବନ କରନ୍ତୁ –
ଭୋଜନ ପରେ ନିୟମିତ ପାନମଧୁରୀ ଓ ମିଶ୍ରି ସେବନ କରିବା ସର୍ବଦା ପାଚନ ସମ୍ବନ୍ଧୀୟ ସମସ୍ୟା ପାଇଁ ହିତକର l ପାନମଧୁରୀ ଓ ମିଶ୍ରି ପାଚନ ଗତିକୁ ଦ୍ବିଗୁଣିତ କରି ବଢ଼ାଇ ଥାଆନ୍ତି l
– ବଜ୍ରlସନ ରେ ବସାନ୍ତୁ –
ଭୋଜନ ସାରିବା ପରେ ନିୟମିତ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ବଜ୍ରlସନ ରେ ବସନ୍ତୁ, ଯାହା ଆପଣଙ୍କ ପାଇଁ ଖୁବ ହିତକର l ଏହି ଆସନରେ ନିୟମିତ ବସିବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ ଓ ପେଟ ମଧ୍ୟ ଠିକ ରହିଥାଏ l
– ଭୋଜନ ପରେ ଚାଲିବା ଉଚିତ –
ପାଚନ ସମସ୍ୟାକୁ ଠିକ ରଖିବା ପାଇଁ ଓ ସକାଳୁ ପେଟ ସଫା ରହିବା ପାଇଁ ନିୟମିତ ରାତ୍ରୀ ଭୋଜନ ପରେ ସାମାନ୍ୟ ଚାଲିବା ଅଭ୍ୟାସ କରନ୍ତୁ l ଏହାଦ୍ୱାରା ଓଜନ ହ୍ରାସ ହେବ, ଗ୍ୟାସ ସମସ୍ୟା ଦୂର ହେବ, ଶରୀରକୁ ଶକ୍ତି ମିଳିବ l
