Odisha news

ଭାଜପା ପକ୍ଷରୁ ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳିତ

0

ବାଲେଶ୍ୱର-୨୩/୦୭ : -ଜଣେ ଓଡ଼ିଆ ଆଦିବାସୀ ବର୍ଗର ମହିଳା ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତିଭାବେ ନିର୍ବାଚିତ ହୋଇଥିବାରୁ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାଜପା ପକ୍ଷରୁ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ଶ୍ରୀକୋଣା ସେବାଶ୍ରମ ସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଜୀବନପ୍ରଦୀବ ଦାସ, ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଉପସଭାପତି କମଳଲୋଚନ ଦାସଙ୍କ ସମେତ ସୁଶାନ୍ତ କୁମାର ବେହେରା, ଦୁକୁଲ ଘଡ଼େଇ, ସିଦେ୍ଧଶ୍ୱର ବିନ୍ଧାଣୀ, ଶ୍ରୀକୃଷ୍ଣ ମାଝୀ, ଅସୀମ ମହାନ୍ତି, ବିଜୟ ମୁର୍ମୁ, ସାମରାଇ ମାଝୀ, କାନ୍ଦନ ହାଁସଦା, ଜିତେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରିଖି ପଞ୍ଚାୟତର ବଉଳବେଣୀ ଠାରେ ବାବୁଲାଲ ସିଂ, ତରୁଣ ସାହୁ, ରବିନ୍ଦ୍ର ଖଟୁଆ, ରବିନ୍ଦ୍ର ମାନ୍ନା, ଝୁଲୁଲତା ସ୍ୱାଇଁ, ଜିତେନ୍ଦ୍ର ସ୍ୱାଇଁଙ୍କ ସମେତ ଶତାଧିକ ଆଦିବାସୀ ପୁରୁଷ ଓ ମହିଳାମାନେ ବିଜୟ ଉତ୍ସବ ପାଳନ କରିଥିଲେ । ରେମୁଣା ନିର୍ବାଚନ ମଣ୍ଡଳୀ ହିଡ଼ିଗାଁ ପଞ୍ଚାୟତର ଆସ୍କା କ୍ଳବ ଆନୁକୁଲ୍ୟରେ ବିଜୟ ଉତ୍ସବ ପାଳନ କରାଯାଇଥିବା ବେଳେ ଆସ୍କା କ୍ଳବ ପାଖରୁ ଆଦିବାସୀ ବାଦ୍ୟ, ନାଚ ଓ ଗୀତ ସହିତ ଏକ ପଦଯାତ୍ରା ନୂଆ ନଇ ଘାଟ ଛକ ପର୍ଯ୍ୟନ୍ତ ଯାଇଥିଲା ଓ କ୍ଲବ ନିକଟରେ ମିଷ୍ଟାନ୍ନ ବଂଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଉମାକାନ୍ତ ମହାପା୍ତ୍ର, ଜୀବନ ପ୍ରଦୀପ ଦାସ, ପର୍ଶୁରାମ ପରିଡ଼ା, ପର୍ଶୁରାମ ବେହେରା, ସିପ୍ରା ବାଜପେୟୀ, ମାନସ ଦତ୍ତ, ସିଦେ୍ଧଶ୍ୱର ବିନ୍ଧାଣୀ, ହରେନ୍ଦ୍ର ପ୍ରଧାନ, ବିଜୟୀ ମୁର୍ମୁ, ମୀନା ହାଁସଦା, ସାମରାଇ ମାଝୀ, ରତନ ମାଝୀ, କାନନ୍ଦ ହାଁସଦା, କୃଷ୍ଣଚନ୍ଦ୍ର ମାରାଣ୍ଡି, ଦଶରଥ କିସ୍କୁ, ଦୁଖିରାମ ହେମ୍ବ୍ରମ, ଗୟାଧର ବେହେରା, ଜ୍ୟୋତ୍ସ୍ନା ମହାନ୍ତି, ଶ୍ରୀକୃଷ୍ଣ ମାଝୀ, ଅସୀମ ମହାନ୍ତି ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତଥିଲେ । ସେହିପରି ପି‚ାବଣିଆ ସେବାଶ୍ରମ ଉଚ୍ଚ ବିଦ୍ୟାଳୟର ୫୩୦ଜଣ ପିଲା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ଜିଲ୍ଲା ଭାଜପାର କର୍ମକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ରହି ମିଷ୍ଟାନ୍ନ ବଂଟନ କରିବା ସହ ବିଜୟ ଉତ୍ସବ ପାଳନ କରିଥିଲେ

Leave A Reply