Odisha news

ଶବ୍ଦ ପ୍ରଦୂଷଣ ରୋକା ନ ଗଲେ ଆଗାମୀ ଦିନରେ ବରିଷ୍ଠ ନାଗରିକ ବହୁ ଅସୁବିଧାରେ ସମ୍ମୁଖୀନ ହେବେ

0

ଭଦ୍ରକ, ୧୦ା୭ : ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନାଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତକରି ବିସ୍ତ>ତ ଆଲୋଚନା କରିବ ସହ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ପ୍ରତ୍ୟେକ ମଣିଷ ପଚାଶରୁ ଶହେ ଡେସିବେଲ ଶବ୍ଦ ଗ୍ରହଣ କରିବା ପାଇଁ ସାମର୍ଥ୍ୟ ଥିଲେ ମଧ୍ୟ ଡାକବାଜି ଯନ୍ତ୍ର ଓ ଡିଜେ ଦ୍ୱାରା ଅଧିକ ମାତ୍ରାରେ ଶବ୍ଦ ପ୍ରଦୂଷଣ ହେଉଛି । ଏହା ଫଳରେ ବରିଷ୍ଠ ନାଗରିକ ମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏପରିକି ହୃଦ୍ରୋଗୀମାନେ ଆସନ୍ନ ମୃତ୍ୟୁମୁଖରେ ପଡୁଛନ୍ତି । ସରକାରଙ୍କ ନିୟମାନୁସାରେ ବରିଷ୍ଠ ନାଗରିକ ତଥା ଜନସାଧାରଣଙ୍କ ପାଇଁ ଶବ୍ଦ ପ୍ରଦୂଷଣ ରୋକିବାକୁ ଆଶୁ ପଦକ୍ଷେପ ନେବାକୁ ମାନନୀୟ ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରାଯାଇଛି ।

ସେହିପରି ଭଦ୍ରକ ଜିଲ୍ଲା ଅଧୀନସ୍ଥ କତିପୟ ଥାନାରେ ବିଭିନ୍ନ କାରଣ ନେଇ ଅଭିଯୋଗ କରୁଥିବା ବରିଷ୍ଠ ନାଗରିକମାନେ ଅଯଥାରେ ଥାନା ଅଫିସରଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି । ପରିଣତ ବୟସରେ ଏହା ଅତ୍ୟନ୍ତ ଦୁଃଖାବହ ହେଉଛି । ଆହୁରି ମଧ୍ୟ ଭଦ୍ରକ ଜିଲ୍ଲାର କେତେକ ରାସ୍ତାରେ ଅଯଥାରେ ହମ୍ପସ୍ କରିବା ଦ୍ୱାରା ଯାନବାହନର ଯାତାୟତରେ ପ୍ରତିରୋଧ ସୃଷ୍ଟି ହେଉଛି । ଉକ୍ତ ଦାବୀପତ୍ରକୁ ସହାନୁଭୂତି ଚିତ୍ତରେ ବିଚାର କରିବା ପାଇଁ ମାନନୀୟ ଆରକ୍ଷୀ ଅଧୀକ୍ଷକ ବରିଷ୍ଠ ନାଗରିକଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସଂପାଦକ କୈଳାସଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ସଭାପତି ପଦ୍ମନ ରାୟ, ସହ ସଂପାଦକ ବିଭୂତିଭୂଷଣ ସେନାପତି, ସ୍ତମ୍ବକାର ଅଭୟ ଦ୍ୱିବେଦୀ, ନ୍ୟାୟଜୀବୀ ଓ ସାଧାରଣ ସଭ୍ୟା ରାଧାରାଣୀ ମହାପାତ୍ର, ସମାଜସେବୀ ସୁଧାକର ରାଉତ୍, ଶଚିକାନ୍ତ ପାଢ଼ୀ ଓ ଭଦ୍ରକ ବରିଷ୍ଠ ନାଗରିକ ମଂଚର ସଭାପତି ପଦ୍ମନାଭ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ

Leave A Reply