ଵ୍ରହ୍ମପୁର ୧୦/୭- ସହରରେ ଲୁଟିଆ ଗ୍ୟାଙ୍ଗ ପୁଣିଥରେ ସକ୍ରିୟ ହୋଇଛନ୍ତି। ରବିବାର ପବିତ୍ର ହରିଷୟନ ଏକାଦଶୀ ଏଣୁ ସକାଳୁ ସକାଳୁ ଗୋଶାଣିନୁଆଗାଁ ଜଗନ୍ନାଥ ମନ୍ଦିର ରେ ଭକ୍ତଙ୍କ ପ୍ରବଳ ଭିଢ ଜମିଥିଲା। ମହିଳା ମାନେ ଧାଢ଼ିରେ ଠିଆ ହୋଇଥିବା ବେଳେ ଭିଢର ସୁଯୋଗ ନେଇ ଜଣେ ମହିଳାଙ୍କ ବେକରୁ ଲୁଟିଆ ଦଳ କୌଶଳକ୍ରମେ ଏକ ସୁନାହାର ଝାମ୍ପି ନେଇଥିଲେ। ଗୋଶାଣିନୁଆଗାଁର ସଂଯୁକ୍ତା ପଣ୍ଡାଙ୍କ ଦୁଇ ଭରି ଓଜନର ଏକ ସୁନାହାର ଲୁଟିଆ ଗ୍ୟାଙ୍ଗ ନେଇଯାଇଥିଲେ। ଏନେଇ ସେ ଗୋଶାଣିନୁଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ଏସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଲୁଟିଆଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ କରୁଛି।ପୋଲିସ ଉକ୍ତ ମନ୍ଦିର ପରିସରରେ ଭକ୍ତଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଥିଲେ ମଧ୍ୟ ଲୁଟିଆ ଗ୍ୟାଙ୍ଗ ମହିଳାଙ୍କ ସୁନାହାର ନେଇ ଯାଇଥିଲେ। ଯାହାକି ପୋଲିସ ପାଇଁ ଏବେ ଏକ ଚାଲେଞ୍ଜ ହୋଇଛି।