ବାରଙ୍ଗ : ପ୍ରାଣୀଉଦ୍ୟନ ନନ୍ଦନକାନନ ପାଇଁ ଖୁସି ଖବର ।ପ୍ରଥମଥରପାଇଁ ନନ୍ଦନକାନନରେ ହଳଦିଆ ଆନ୍ନାକୁଣ୍ଡା ଛୁଆ ଜନ୍ମକରିଛି । ବୁଧବାର ଦିନ ସରିସୃପଉଦ୍ୟାନରେ ରହିଥିବା ହଳଦିଆ ଆନ୍ନାକୁଣ୍ଡା ପ୍ରଥମଥର ପାଇଁ ନନ୍ଦନକାନନରେ ଛୁଆଜନ୍ମ ଦେଇଥିବାରୁ କର୍ମଚାରୀମାନଙ୍କଠାରୁ ଆରମ୍ଭ କରି ନନ୍ଦନକାନନ କର୍ତୁପକ୍ଷଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ ଖୁସି ଅଛନ୍ତି ।ଏହି ଛୁଆ ଜନ୍ମ ପରେ ନନ୍ଦନକାନନରେ ଆନ୍ନାକୁଣ୍ଡା ସଂଖ୍ୟା ବୃଦ୍ଧି ପାଇଁ ୫ରେ ପହଁଚିଛି ।ସେଥିମଧ୍ୟରେ ୧ଅଣ୍ଡିରା,୩ମାଇ ଓ ଗୋଟିକର ଲିଙ୍ଗନିରୁପଣ ହୋଇପାରିନାହିଁ ।ଆନ୍ନାକୁଣ୍ଡା ଛୁଆଟିର ସ୍ୱାସ୍ଥ୍ୟରେ ଅବନତି ନହେବାପାଇଁ ମାଡ୍ରାସର ଡାକ୍ତରମାନଙ୍କ ସହ ପରାମର୍ଶ ନିଆଯାଇଛି । ଏବେ ଛୁଆଜନ୍ମ କରିସାରିବାପରେ ସେମାନଙ୍କ ରକ୍ଷଣାବେକ୍ଷଣ ପାଇଁ ମାଡ୍ରାସର ଡାକ୍ତରମାନଙ୍କ ସହ କଥାବାର୍ତା କରାଯାଇ ପଦକ୍ଷପ ନନ୍ଦନକାନନ କର୍ତୁପକ୍ଷ ନେଇଛନ୍ତି । ନବଜାତ ଛୁଆକୁ ଅନ୍ୟମାନଙ୍କଠାରୁ ଅଲଗାକରାଯାଇ ତାପମାତ୍ରା ଏବଂ ଆର୍ଦ୍ରତା ମନିଟରିଂ କରାଯାଉଛି । ଏହାସହ ଦୁଇଟି ମାଇ ହଳଦିଆ ଆନ୍ନାକୁଣ୍ଡା ଗର୍ଭଧାରଣ କରିଥିବାରୁ ସେମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଅଯାଇଛି ବୋଲି ନନ୍ଦନକାନନ ଉପ-ନିର୍ଦ୍ଦଶକ ଡ.ସଞିତକୁମାର କହିଛନ୍ତି ।