Odisha news

ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ବୃଦ୍ଧଙ୍କ ମୃତ୍ୟୁ

0

ବୈଶିଙ୍ଗା : –ଗୁରୁବାର ସନ୍ଧ୍ୟା ସମୟରେ ବୈଶିଙ୍ଗା – ମାଣତ୍ରୀ ରାସ୍ତା ଉପରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ  ଗୁରୁତର ଭାବେ ଆହତ ଜଟିଆ ଦେହୁରୀଙ୍କ ମୃତ୍ୟୁ ହୋଇଥିବା ପରିବାର ବର୍ଗଙ୍କ ଠାରୁ  ପ୍ରକାଶ। ମିଳିଥିବା ସୂଚନା ଅନୁଯାୟୀ ବୈଶିଙ୍ଗା ଥାନା ଅଧୀନ କେନ୍ଦୁଆ ଗ୍ରାମର ସ୍ୱର୍ଗତଃ ଅନନ୍ତ ଦେହୁରୀଙ୍କ ପୁଅ ଜଟିଆ ଦେହୁରୀ (୬୫) କେନ୍ଦୁଆର ତମ୍ବୁରୁଧର ବିନ୍ଧାଣୀଙ୍କ ୱେଲଡିଂ ଦୋକାନ ନେଇ କୌଣସି ଏକ କାମକୁ ନେଇ ବୈଶିଙ୍ଗା – ମାଣତ୍ରୀ ରାସ୍ତାକୁ ଅତିକ୍ରମ କରୁଥିବା ବେଳେ ପଛପଟୁ ଏକ ଧଳା ରଙ୍ଗର ସ୍ଵିଫ୍ଟ ଡିଜାୟାର ଗାଡିଟି ଧକ୍କା ଦେଇଥିଲା। ଅବସ୍ଥା ଗୁରୁତର ହେବାରୁ  ଶ୍ରୀଦେହୁରୀଙ୍କୁ ବୈଶିଙ୍ଗା ଡାକ୍ତରଖାନା ଓ  ପରେ ପରେ ବାଲେଶ୍ଵର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଆଜି ସକାଳ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତରଖାନା ତରଫରୁ ପ୍ରକାଶ। ସ୍ଵର୍ଗତଃ ଦେହୁରୀଙ୍କ ମୃତ ଶରୀରକୁ ଆଣି ଗ୍ରାମ ଶ୍ମସାନରେ ଶେଷ କୃତ୍ୟ ସଂପନ୍ନ କରାଯାଇଥିବା ଜଣାଯାଇଛି।

Nalco
Leave A Reply