ତାଳଚେର ତା ୧୫/୦୬ ଦୀର୍ଘ ଚାରିମାସ ବ୍ୟାପି ପ୍ରଚଣ୍ଡ ରୌଦ୍ରତାପସାଙ୍ଗକୁ ଅସହୟ ଗୁଳୁଗୁଳି ତାଳଚେର ବାସୀଙ୍କୁ ଅତିଷ୍ଟ କରିପକାଇଥିବା ବେଳେ ଆଜି ଅପରାହ୍ଣରେ ହଠାତ୍ ଅସରାଏ ବର୍ଷା ହୋଇଥିବାରୁ ତାଳଚେରବାସୀଙ୍କୁ ଆଶ୍ୱସ୍ତି ଆଣି ଦେଇଛି । ପ୍ରାୟ ତିନିଦିନ ବ୍ୟାପି ଅତ୍ୟଧିକ ଗରମ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା । ଏପରିକି ଗଛପତ୍ର ଛାଉଁଳି ପଡ଼ିଥିବା ସହିତ ପଶୁପକ୍ଷୀ ଜଳସମସ୍ୟା ଯୋଗୁଁ ପାଣିଟୋପାଏ ପାଇଁ ଡ଼ହକବିକଳ ହୋଇଥିଲେ । ଆଜି ଏହି ଅସାରେ ବର୍ଷା ତାଳଚେରରେ କୋଣଅନୁକୋଣରେ ହୋଇଥିବା ଜଣାପଡ଼ିଛି । ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ ମୌସୁମୀ ବାୟୁ ଓଡ଼ିଶାରେ କିଛି କିଛି ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଲାନି ତେବେ ତାଳଚେର ଅଂଚଳରେ ଆଜି ଏହି ବର୍ଷା ପ୍ରାକ୍ ମୌସୁମୀ ବର୍ଷା ବୋଲି ଅନୁମାନ କରାଯାଇଥିବା ବେଳେ ମାତ୍ର ମେସୁମୀ ଦୁର୍ବଳଥିବା ମନେ ହେଉଛି । ଆଜି ଏହି ବର୍ଷା ହେବା ପରେ ତାଳଚେର ଅଂଚଳର ଅଧିବାସୀମାନଙ୍କ ମନରେ ଖୁସିର ମାହୋଲ ଖେଳିଯାଇଛି । ଏହାକୁ ଉପଭୋଗ କରିବାକୁ ଏଠିକାର ଜନସାଧାରଣ ଅନାଇ ବସିଥିଲେ ।
