ତାଳଚେର ତା ୧୫/୦୬ ତାଳଚେର ପୌରପରିଷଦ ୨ନମ୍ବର ୱାର୍ଡ଼ର ବ୍ରାହ୍ମଣଶାସନ ଅଂଚଳର ବରିଷ୍ଠ ବ୍ୟବସାୟୀ ଜିତେନ୍ଦ୍ର ମିଶ୍ର (୭୭)ଙ୍କ ପରଲୋକ ହୋଇଯାଇଛି । ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଉପଖଣ୍ଡ ଡ଼ାକ୍ତରଖାନାକୁ ନିଆଯାଇଥିଲା । ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ୱର୍ଗତ ମିଶ୍ର ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କର ନିଦ୍ଦେଁକ ଭାବେ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ କାର୍ଯ୍ୟଭାର ତୁଲାଇଥିଲେ । ସେ ଜଣେ କଂଗ୍ରେସ୍ର ଆଗଧାଡ଼ିର ନେତାଥିଲେ । ମିଷ୍ଠଭାଷୀ, ପରୋପକାରୀ, ମେଳାପୀ ବ୍ୟକ୍ତିଭାବେ ଅଂଚଳରେ ସୁଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ଏହି ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସେହି ଅଂଚଳରେ ଦୁଃଖର ଛାୟା ଖେଳିଯାଇଥିଲା । ପୁରୀ ସ୍ୱର୍ଗଦ୍ୱାରା ଠାରେ ତାଙ୍କର ଶେଷକୃତ ସମ୍ପର୍ଣ୍ଣ ହୋଇଥିଲା । ସ୍ୱର୍ଗତ ମିଶ୍ରଙ୍କ ବିୟୋଗରେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ବ୍ରଜକିଶୋର ପ୍ରଧାନ, ପୂର୍ବତନ ସାଂସଦ ରିବାନାରା ପାଣି, ପୂର୍ବତନ ପାଲହଡ଼ା ବିଧାୟକ ବିଭୂଧେନ୍ଦୁ ପ୍ରତାପ ଦାସ, ନଗରପାଳ ପବିତ୍ର ଭୂତିଆ ପ୍ରମୁଖ ଶୋକପ୍ରକାଶ କରିବା ସଙ୍ଗେ ସଙ୍ଗେ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
