Odisha news

ଅଗ୍ନିବିପନ୍ନ ପରିବାରକୁ ସମାଜସେବୀ ବିଭୁତି ସାହୁଙ୍କ ସହାୟତା

0

ତାଳଚେର ତା ୧୫/୬: ତାଳଚେର ବ୍ଲକ ଧରମପୁର ଗ୍ରାମର ଅଗ୍ନିବିପନ୍ନ ବୃନ୍ଦାବନ ବେହେରାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ସମାଜସେବୀ ବିଭୁତି ସାହୁ । ପ୍ରକାଶ ଥାଉକି, ଶ୍ରୀ ବେହେରାଙ୍କ ଘରେ କୈାଣସି କାରଣରୁ ଅଗ୍ନିକାଣ୍ଡ ଘଟି ଘର ସମେତ ନିତ୍ୟ ବ୍ୟବହୃ୍‌ତ ଜିନିଷ ଏବଂ ଆସବାବପତ୍ର ଆଦି ଜଳିପୋଡ଼ି ନଷ୍ଟ ହୋଇ ଯାଇଥିଲା । ଏହି ଖବର ପାଇ ସମାଜସେବୀ ବିଭୁତି ସାହୁ,ଧରମପୁର ଗ୍ରାମ ସଭାପତି ବଛିଅ ମହାପାତ୍ର,ସୁଶାନ୍ତ ପ୍ରଧାନ,ରାଜୀବ ଦାସ,ସୁନିଲ ପଟ୍ଟନାୟକ,ରାଜକିଶୋର ଭୁତିଆ,ଚନ୍ଦନ,ବାସୁଙ୍କ ସହଯୋଗରେ ଅଗ୍ନିବିପନ୍ନ ପରିବାରକୁ ଶୁଖିଲା ଖାଦ୍ୟ,ବସ୍ତ୍ର ଏବଂ ଜରିପାଲର ବନ୍ଦୋବସ୍ତ କରିଥିଲେ ।

Nalco
Leave A Reply