Odisha news

ଦେବସ୍ନାନ ପୂର୍ଣିମାରେ ଘଟୁଛି ବିଶେଷ ଯୋଗ : ବିଷ୍ନୁଙ୍କ ସହିତ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ କରନ୍ତୁ ଏହି ଉପାୟ

0
ପ୍ରତି ମାସର ଅନ୍ତିମ ତିଥି ହେଉଛି ପୁର୍ଣିମା ତିଥି l ଆମ ହିନ୍ଦୁ ଧର୍ମରେ ପୁର୍ଣିମା କୁ ଖୁବ ଗୁରୁତ୍ୱ ଦିଆ ଯାଇଥାଏ l ଚଳିତ ଥର ଜ୍ୟେଷ୍ଠ ପୁର୍ଣିମା ବା ଦେବସ୍ନାନ ପୂର୍ଣିମା ଚଳିତ ମାସ ୧୪ ତାରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହେଉଛି l ଦେବସ୍ନାନ ପୁର୍ଣିମା କୁ ସ୍ନାନ ପୁର୍ଣିମା ମଧ୍ୟ କୁହାଯାଇ ଥାଏ l ଏହିଦିନ ଆମ ଜଗନ୍ନାଥ ସଂସ୍କୃତିରେ ଖୁବ ମହତ୍ୱ ରହିଛି l ଏହିଦିନ ସ୍ନାନ ମଣ୍ଡପ ରେ କାଳିଆ ଠାକୁର ତାଙ୍କ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ସୁଦର୍ଶନ ମହାପ୍ରଭୁ ଓ ମଦନମୋହନ ମୂର୍ତିଙ୍କ ସହିତ ଆବିର୍ଭାବ ହୋଇ ଥାଆନ୍ତି l

ଏହିଦିନ ମହାପ୍ରଭୁ ଙ୍କୁ ମହାସ୍ନାନ କରାଯାଇଥାଏ l ଏହିଦିନ ଠାରୁ ୧୫ ଦିନ ପର୍ଯ୍ୟନ୍ତ ଜ୍ବରରେ ପଡି ଅଣସର ଗୃହରେ ରହି ଥାଆନ୍ତି l ଏହି ସମୟରେ ଫୁଲୁରୀ ଫୁଲ ରେ ପ୍ରସ୍ତୁତ ବିଭିନ୍ନ ଲେପ ମହାପ୍ରଭୁ ଙ୍କ ପାଇଁ ପ୍ରସ୍ତୁତ କରାଯାଇ ଥାଏ ଓ ମାଲିସ କରାଯାଇ ଥାଏ l ଏହି ସମୟ ରେ ମହାପ୍ରଭୁ ଯେଉଁ ବିଶ୍ରାମ ନେଇ ଥାଆନ୍ତି ତାହାକୁ ଅଣସର ଘରେ ରହିବା କୁହାଯାଇ ଥାଏ l ଏହାର ଠିକ ୧୫ ଦିନ ପରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ l

ଦେବସ୍ନାନ ପୁର୍ଣିମାରେ କରନ୍ତୁ ଏହି ଉପାୟ –

* ଚଳିତ ଥର ସ୍ନାନ ପୁର୍ଣିମା ମଙ୍ଗଳବାର ଦିନ ପଡୁଥିବାରୁ ମହାବୀର ହନୁମାନଙ୍କ ସହିତ ବିଷ୍ନୁ ଙ୍କୁ ଆରାଧନା କରିବା ଖୁବ ଶୁଭ ଅଟେ l  ଏହାଦ୍ୱାରା ଜୀବନ ରେ ଶାନ୍ତି ଓ ସମୃଦ୍ଧି ଆସିଥାଏ l

* ସ୍ନାନ ପୂର୍ଣିମା ଦିନ ବିଷ୍ନୁ ସହସ୍ର ନାମ ଜପ କରିବା କିମ୍ବା ଶ୍ରବଣ ଖୁବ ଶୁଭ ଅଟେ l ଏହାଦ୍ୱାରା ଗୃହରୁ ଦରିଦ୍ରତା ନାଶ ହୋଇଥାଏ ଓ ବାତାବରଣ ରେ ଶୁଦ୍ଧତା ଆସିଥାଏ l

* ଆପଣ ଯଦି ଏହିଦିନ ନିଜର ସମୃଦ୍ଧି ପାଇଁ ବଜରଙ୍ଗବାଲି ଙ୍କ ନିକଟରେ ସୁଂଦରକାଣ୍ଡ ପାଠ କରିବେ ତେବେ ଜୀବନ ର ସମସ୍ତ ସମସ୍ୟା ଠାରୁ ଦୁରେଇ ରହିବେ l ଏହାଛଡା ମହାବୀର ଙ୍କ ନିକଟରେ ନଡ଼ିଆ ଟିଏ ଅର୍ପଣ କରନ୍ତୁ l

* ସ୍ନାନ ପୁର୍ଣିମା ଦିନ ବାଟରେ ଯାଉଥିବା ବାଟୋଇ ଙ୍କୁ ଜଳ ଦାନ ଓ ଅନ୍ନ ଦାନ ର ଖୁବ ମହତ୍ୱ ରହିଛି l ଏପରି କରିବା ଦ୍ୱାରା ଘରେ କଳହ ଓ ଦରିଦ୍ରତା ଓ ଦୁଃଖ କଷ୍ଟ ଦୂର ହୋଇଥାଏ l

* ବିଶେଷ ଭାବରେ ଏହିଦିନ ମହାଦେବଙ୍କ ନିକଟରେ ଜଳ ଲାଗି କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ୱାରା ଜୀବନରେ ଶତ୍ରୁ ଭୟ ଦୂର ହୋଇଥାଏ, ଦୁଃଖ ନାଶ ହୋଇଥାଏ,
l ସ୍ନାନ ପୁର୍ଣିମା ଦିନ ମହାଦେବ ଙ୍କ କୃପା ଲାଭ କରିବା ପାଇଁ ଶିବ ମନ୍ଦିରରେ ଘୃତ ଅର୍ପଣ କରନ୍ତୁ l

* ଏହିଦିନ ଶ୍ରୀ ବିଷ୍ନୁ ଙ୍କ ଜଳାଭିଷେକ କରାଇବା ଦ୍ୱାରା ଘରର ସୁଖସମୃଦ୍ଧିରେ ବୃଦ୍ଧି ହୋଇଥାଏ ଓ ବିଷ୍ନୁ ଙ୍କ କୃପାରୁ ସନ୍ତାନ ମାନଙ୍କର ଉନ୍ନତି ହୋଇଥାଏ l

Leave A Reply