Odisha news

ବଙ୍ଗଳାଦେଶ ରୁ ଏୟାରଲିଫ୍ଟ କରାଗଲା କାଶ୍ମିରୀ ଛାତ୍ରଙ୍କୁ

0

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାମୁ କାଶ୍ମୀର ର ଗୋଟିଏ ଏମବିଏ ଛାତ୍ର କୁ ଷୋମବାର ଦିନ ଏୟାରଲିଫ୍ଟ କରାଯାଇଛି l ଭାଜପା ନେତା ରବୀନ୍ଦ୍ର ରୈନା କହିଛନ୍ତି ଗୋଟିଏ ଦୁର୍ଘଟଣାରେ ଗମ୍ଭୀର ଭାବରେ ଆହତ ହେବା ପରେ ବଙ୍ଗଳାଦେଶ ର ଗୋଟିଏ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ଜାମୁକାଶ୍ମୀର ର ଏମବିଏ ଛାତ୍ର ଏୟାରଲିଫ୍ଟ କରାଯାଇ ନୂଆଦିଲ୍ଲୀ ସ୍ଥିତ AIIMS ରେ ଭର୍ତି କରାଯାଇଛି l ଏହି ଛାତ୍ର ଜଣଙ୍କ ହେଉଛନ୍ତି ରଜୋରି ଜିଲ୍ଲାରେ ରହୁଥିବା ବାଲେ ସୋଏବ ଲୋନ ଢାକା ର ବାରିନ୍ଦ ମେଡିକାଲ କଲେଜ ରେ ନିଜର ଦୁଇଟି ବନ୍ଧୁଙ୍କ ସହିତ ଆକ୍ସିଡେଣ୍ଟ ର ଶିକାର ହୋଇଥିଲେ l ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ସୋଏବ ଙ୍କ ସହିତ ଅନ୍ୟ ଦୁଇଜଣ ଗମ୍ଭୀର ଭାବରେ ଆହତ ହୋଇଥିଲେ l

ଏହି ପରିପ୍ରେକ୍ଷୀ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବରେ ବଙ୍ଗଳା ଦେଶରେ ଭାରତୀୟ ଦୂତାବାସ ସହିତ ଟେଲିଫୋନ ଯୋଗେ କଥା ହୋଇଥିଲେ, କାରଣ ଛାତ୍ର ଜଣଙ୍କର ପରିବାର କୁ ଜରୁରୀ ସହାୟତା ପ୍ରଦାନ କରାଯାଉ l ଏଥିପାଇଁ ଜାମୁ କାଶ୍ମୀର ଭାଜପା ନେତା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି , ତାଙ୍କ ହସ୍ତକ୍ଷେପ ଯୋଗୁ ଉକ୍ତ ଛାତ୍ର ଜଣଙ୍କ ଏୟାର ଲିଫ୍ଟ ଯୋଗେ ଭାରତ ଆସିବା ସମ୍ଭବ ହେଲା l ଉକ୍ତ ଛାତ୍ରଙ୍କ ପିତା ଜମାକାଶ୍ମୀର ସରକାରରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ l ଶୋଇବ ଙ୍କ ପିତା ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ଧନ୍ୟବାଦ ଜଣାଇ ଛନ୍ତି l

Leave A Reply