Odisha news

ହାବାର୍ଡ ବିଶ୍ୱବିଦ୍ୟାଳୟ ର ଡାକ୍ତରଙ୍କ ଦାବି : କୋଲେଷ୍ଟ୍ରଲ ଓ ଉଚ୍ଚ ରକ୍ତଚାପ ଠାରୁ ଦୁରେଇ ରଖିଥାଏ ଭାରତର ଏହି ଫଳ

0

ପୃଥିବୀ ରେ ମିଳୁଥିବା ବିଭିନ୍ନ ଫଳ ନିଜ ନିଜର ସ୍ୱତନ୍ତ୍ର ଲାଭ ରହିଥାଏ l ଫଳରେ ବିଭିନ୍ନ ପ୍ରକାରର ପୋଷାକ ତତ୍ୱ ରହିଥାଏ, ଯାହା ଶରୀରର ବିଭିନ୍ନ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ l ସେହିଭଳି ଗୋଟିଏ ଫଳ ରହିଛି ଯାହା ପାଖରୁ ବିଭିନ୍ନ ଲାଭ ମିଳିଥାଏ l ହାବାର୍ଡ ବିଶ୍ୱବିଦ୍ୟାଳୟ ଗବେଷକ ମାନେ ଭାରତୀୟ ଫଳ ଡାଳିମ୍ବକୁ ନେଇ ଗବେଷଣା କରିଥିଲେ l

ଏହି ଗବେଷଣାରୁ ହଣା ପଡିଥିଲା ଯେ ଡାଳିମ୍ବ ରେ କମ କ୍ୟାଲୋରୀ ଥିବା ସହିତ ଅନେକ ପୋଷାକ ତତ୍ତ୍ୱରେ ଭରପୁର ଅଟେ l ଏହି ଗବେଷଣାରେ ଜଣା ପଡିଥିଲା ଯେ ଡାଳିମ୍ବ ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ, କ୍ୟାନ୍ସର ଓ ହାର୍ଟ ସମସ୍ୟାକୁ ଦୂର କରିଥାଏ l

– ହାବାର୍ଡ ଗବେଷକଙ୍କ ମତରେ ଡାଳିମ୍ବ ରେ ଥିବା ଆଣ୍ଟି ଅକ୍ସିଡାଂଟ କ୍ୟାନ୍ସର କୋଷିକା ଗୁଡିକୁ ଦୁର୍ବଳ କରିବା ସହିତ କ୍ୟାନ୍ସର ସହିତ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ l

– ଏହି ଅଧ୍ୟୟନ ଅନୁସାରେ ଡାଳିମ୍ବ ରସ ହାନିକାରକ ଏଲ ଡି ଏଲ ଅର୍ଥାତ ବ୍ୟାଡ଼ କୋଲେଷ୍ଟ୍ରଲ କୁ କମାଇ ଥାଏ ଓ ହାଇ ବ୍ଲଡ଼ ପ୍ରେସର କୁ କମାଇବାରେ ସାହାଯ୍ୟ କରିଥାଏ l

– ଡାଳିମ୍ବରେ ଥିବା ଫାଇବର ପଚଣ୍ତନ୍ତ୍ର କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ଅଧ କପ ଡାଳିମ୍ବ ରସରେ ୩ .୫ ଗ୍ରାମ ଫାଇବର ରହିଥାଏ ଓ ୧୨ ଗ୍ରାମ ସୁଗାର ରହିଥାଏ l

– ଡାଳିମ୍ବ ରସ ପୁରୁଷ ମାନଙ୍କୁ ପ୍ରୋଟେଷ୍ଟ କ୍ୟାନ୍ସର ଠାରୁ ଦୁରେଇ ରଖିଥାଏ l ଏହି ଗବେଷଣାରେ ଜଣା ପଡିଛି ଯେ ଡାଳିମ୍ବ ରସ ଶରୀରରେ ଥୀବା କ୍ୟାନ୍ସର କୋଷିକା ଗୁଡିକୁ ଦୁର୍ବଳ କରିଥାଏ l

– ଡାଳିମ୍ବର ଥିବା ଏଲଜିକ ଏସିଡ ଓ ଏଂଥୋସାୟନିନ ହାଇ ବ୍ଲଡ଼ ପ୍ରେସର ଓ କୋଲେଷ୍ଟ୍ରଲ ସ୍ତର କୁ କମାଇବା ସହିତ ଶିରା ଗୁଡିକରେ ଜମିଥିବା ଫ୍ୟାଟ କୁ ହଟାଇ ଥାଏ ଓ କୋଲେଷ୍ଟ୍ରଲ ର ଅନ୍ୟ ସମସ୍ତ ବର୍ଜ୍ୟ ବସ୍ତୁକୁ ମଧ୍ୟ ହଟାଇ ଥାଏ ଓ ହାର୍ଟ ରୁ ବ୍ଲକେଜ ଦୂର କରି ହାର୍ଟ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l

Ad2
Leave A Reply