ପ୍ରତ୍ୟେକ ବ୍ୟକ୍ତି ଚାହିଁ ଥାଆନ୍ତି ତାଙ୍କ ଗୃହ ସର୍ବଦା ସମସ୍ତ ଅସୁବିଧାରୁ ଦୁରେଇ ରହିଥାଉ l କିନ୍ତୁ ଅଧିକାଂଶ ସମୟ ରେ ଯେତେ ପରିଶ୍ରମ କରିବା ଦ୍ୱାରା ମଧ୍ୟ ଏହି ସଫଳତା ପ୍ରାପ୍ତ ହୋଇ ନଥାଏ l କାରଣ ଧନ କଦାପି ଗୋଟିଏ ସ୍ଥାନରେ ରହି ନଥାଏ l ଅଧିକାଂଶ ସମୟରେ ଘରର ବାସ୍ତୁ ଦୋଷ କାରଣରୁ ମଧ୍ୟ ଏହି ସମସ୍ୟା ଦେଖା ଦେଇଥାଏ l କିନ୍ତୁ ଆମେ ଯଦି ନିଜ ଠାକୁର ଘରେ ଏହି ୪ଟି ଜିନିଷକୁ ରଖିବା ତେବେ ସମସ୍ତ ନକରାତ୍ମକ ଶକ୍ତି ଦୁରେଇ ଯିବ ଓ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ l
* ମା ଲକ୍ଷ୍ମୀ ଓ କୁବେରଙ୍କ ଫଟୋ –
ବାସ୍ତୁଶାସ୍ତ୍ର ଅନୁସାରେ ନିଜ ଠାକୁର ଘରେ ଲକ୍ଷ୍ମୀଙ୍କ ଫଟୋ ସହିତ କୁବେରଙ୍କ ଫଟୋ ନିହାତି ରଖନ୍ତୁ l ଲକ୍ଷ୍ମୀ ଧନ ର ସୁଖ ଦେଇ ଥାନ୍ତି ଓ କୁବେର ଧନ ବୃଦ୍ଧି କରନ୍ତି l ଧନର ବୃଦ୍ଧି ପାଇଁ ନିଜ ଠାକୁର ଘରର ଉତ୍ତର ଦିଗରେ କୁବେର ଓ ଲକ୍ଷ୍ମୀଙ୍କ ଫଟୋ ସ୍ଥାପନା କରନ୍ତୁ l
* ଶଙ୍ଖ –
ଭଗବାନ ବିଷ୍ନୁ ଙ୍କର ଶଙ୍ଖ ଅତି ପ୍ରିୟ ଅଟେ l ମାନ୍ୟତା ରହିଛି ଯେ ଠାକୁରଘରେ ଶଙ୍ଖ ରଖିବା ଶୁଭ ଅଟେ l ବିଷ୍ନୁ ଙ୍କୁ ସଂଖରେ ଜଳାଭିଷେକ କରିବା ଦ୍ୱାରା ଲକ୍ଷ୍ମୀଙ୍କ ବାସ ହୋଇଥାଏ l ପ୍ରତିଦିନ ପୂଜା ସାରିବା ପରେ ସକାଳେ ଓ ସନ୍ଧ୍ୟାରେ ଶଙ୍ଖନାଦ କଲେ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ l
* ନଡ଼ିଆ –
ପୂଜା ଘରେ ନଡ଼ିଆ ରଖିବା ଖୁବ୍ ଶୁଭ ଅଟେ । କାରଣ ନଡ଼ିଆ ରଖିବା ଦ୍ଵାରା ବିଘ୍ନ ହର୍ତା ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଘରେ ଧନ ପ୍ରାପ୍ତି ର ଆଶା ରହିଥାଏ ।
* ବଇଁଶୀ –
ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ବାସ୍ତୁ ଦୋଷ ଦୁର କରିବା ପାଇଁ ଠାକୁର ଘରେ ନିହାତି ବଇଁଶୀ ରଖିବା ଜରୁରୀ ଅଟେ । କୃଷ୍ଣ ଙ୍କ ର ଅତି ପ୍ରିୟ ଅଟେ ବଇଁଶୀ । ବଇଁଶୀ ରଖିବା ଦ୍ଵାରା ସକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ ।