ଠାକୁରମୁଣ୍ଡା ତା ୦୭/୦୫ : ଠାକୁରମୁଣ୍ଡା ନିକଟ ଡକେଇପାଳ ଗ୍ରାମ ନିକଟରେ ଶୁକ୍ରବାର ସକାଳେ ବାଇକ ଦୁର୍ଘଟଣା ରେ ଆହତ ହୋଇଥିବା ବାଇକ ଚାଳକଙ୍କ ଶନିବାର ମୃତ୍ୟୁ ଘଟିଛି।ମୃତକ ବାଇକ ଚାଳକ ଜଣକ ହେଉଛନ୍ତି ଡକେଇପାଳ ଗ୍ରାମର ଭାଗବତ ନାଏକ ବୋଲି ଜଣାପଡିଛି।ପ୍ରକାଶ ଯେ ଭାଗବତ ଶୁକ୍ରବାର ସକାଳେ ଏକ ବାଇକ ଯୋଗେ ଠାକୁରମୁଣ୍ଡା ବଜାର କୁ ଆସୁଥିବା ସମୟରେ ଡକେଇପାଳ ଗ୍ରାମନିକଟ ରାସ୍ତା ବାଙ୍କ ରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା।ଦୁର୍ଘଟଣା ପରେ ଭାଗବତ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପରେ ଔଷଧ ନେଇ ଘରକୁ ଫେରିଯାଇଥିଲେ।ଶନିବାର ପୁଣି ତାଙ୍କର ଛାତି ରେ ଯନ୍ତ୍ରଣା ହେବାରୁ ତାଙ୍କୁ ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରିବାର ଲୋକେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କରଞ୍ଜିଆ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯିବା କୁ ପ୍ରସ୍ତୁତ କରାଯାଉଥିବା ସମୟରେ ଦିନ ପ୍ରାୟ ଦେଢ଼ ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।ଖବର ପାଇ ମହୁଲଡ଼ିହା ଥାନା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।।